ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ

ବାଙ୍କୀ : ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ। କଟକ ବାରଙ୍ଗ ଥାନା ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ରିଜ୍ ଉପରୁ ତାଙ୍କର ସ୍କୁଟି ଏବଂ ଭ୍ୟାନିଟି ମିଳିଛି।

ଭ୍ୟାନିଟିରେ ଥିବା ପରିଚୟପତ୍ରରେ ତାଙ୍କ ନାଁ ପୁଷ୍ପା ବେହେରା ବୋଲି ଲେଖାଯାଇଛି। ଯୁବତୀ ଜଣକ ଭୁବନେଶ୍ୱରରେ ରହୁଥିବା ଜଣାପଡ଼ିଛି। ବାରଙ୍ଗ ପୁଲିସ୍‌ ଓ ଦମକଳ ବାହିନୀ ଉଦ୍ଧାର କରିଛନ୍ତି ମୃତଦେହ। ସେ କାହିଁକି ଆତ୍ମହତ୍ୟା କଲେ, ମୃତ୍ୟୁ ପଛର କାରଣ କଣ ସେନେଇ ତଦନ୍ତ ଜାରି ରଖିଛି ପୁଲିସ୍‌।

You might also like