ମାସେ ଯାଏ ଅଛି ସମୟ; ଏହି ୧୧ଟି ସେଣ୍ଟର୍‌ରେ ପଲ୍ୟୁସନ୍ ଚେକ୍‌ କରିପାରିବେ ରାଜଧାନୀବାସୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ ପାଇଁ ସାରା ଦେଶରେ ଏବେ ଜୋରଦାର ଧରପଗଡ଼ ଚାଲିଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ପାଖରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରାଯାଉଛି। ତେବେ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକଙ୍କୁ  ମାସେ ସମୟ ଦେଇଛନ୍ତି ସରକାର। ଏହି ମାସକ ଭିତରେ ଗାଡ଼ି ଚାଳକଙ୍କୁ ପ୍ରଦୁଷଣ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ।

ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟରେ ମୋଟ ୨୯ଟି ପଲ୍ୟୁସନ୍ ସାର୍ଟିଫିକେଟ୍ ସେଣ୍ଟର୍ ଖୋଲାଯାଇଛି। କେବଳ ରାଜଧାନୀ ଭୁବନେଶ୍ୱରର ମୋଟ୍ ୧୧ଟି ସ୍ଥାନରେ ଏହି ପ୍ରଦୁଷଣ ସେଣ୍ଟର୍ ଖୋଲାଯାଇଛି । ଏହି ୧୧ଟି ସ୍ଥାନ କେଉଁଠି ଆସନ୍ତୁ ଜାଣିବା।

୧.ଭୁବନେଶ୍ୱର ନୟାପଲ୍ଲୀ  ଅଞ୍ଚଳର ଗାର୍ଗସନ୍ ଅଟୋମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍
୨. ନୟାପଲ୍ଲୀ ନାବାର୍ଡ ସମ୍ମୁଖରେ ଥିବା ଭାରତ ଅଟୋମୋବାଇଲ୍ସ
୩. ମଞ୍ଚେଶ୍ୱର ଏସ୍‌ବିଆଇ ଛକରେ ଥିବା ଗାର୍ଗସନ୍ ପ୍ରୋପଟିଜ୍ ପ୍ରାଇଭେଟ୍ ଲିମିଟେଡ୍
୪. ପଟିଆ କାନନ ବିହାର, ଫେଜ୍-୨ରେ ଥିବା ଭାରତ ଅଟୋମୋବଇଲ୍ସ
୫. ମଞ୍ଚେଶ୍ୱରରେ ଥିବା ଭାରତ ମୋଟର୍ସ
୬. ଚନ୍ଦ୍ରଶେଖରପୁରର ଶୁଭମ ମୋବାଇଲ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଣ୍ଟର୍
୭. ପଟିଆରେ ଥିବା ମୋହିତ ମୋବାଇଲ୍ ପଲ୍ୟୁସନ୍ ସେଣ୍ଟର୍
୮. ଖଣ୍ଡଗିରିରେ ଥିବା ମା’ ଲକ୍ଷ୍ମୀ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଣ୍ଟର୍
୯. ଚନ୍ଦ୍ରଶେଖରପୁରରେ ଥିବା ନିର୍ମଳ ସାଇ ପଲ୍ୟୁସନ୍ ଟେଷ୍ଟିଙ୍ଗ ୟୁନିଟ୍
୧୦. ଝାରପଡାର ନାରାୟଣ ମୋଟର୍‌ସ
୧୧. ପାହାଳ, ବାଲିଅନ୍ତାରେ ଥିବା ଚିନ୍ତାମଣିଶ୍ୱର ଫିଲିଙ୍ଗ ଷ୍ଟେସନ୍ ।

ଏହି ସେଣ୍ଟର୍‌ଗୁଡ଼ିକରୁ ଆପଣ ଆପଣଙ୍କ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇପାରିବେ । ତେଣୁ ଆସନ୍ତା ୧ ମାସ ଭିତରେ ଆପଣ ଆପଣଙ୍କ ପଲ୍ୟୁସନ୍ ସାର୍ଟିଫିକେଟ୍ ବାହାର କରେଇନିଅନ୍ତୁ । ନଚେତ୍ ୧ ମାସ ପରେ ଏହି ସାର୍ଟିଫିକେଟ୍ ନଥିଲେ ପୁଣି ଥରେ ଆପଣଙ୍କୁ ୧୦,୦୦୦ ଟଙ୍କାର ଜୋରିମାନା ଦେବାକୁ ହେବ।

 

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like