ବାଲେଶ୍ୱର: ଆପଣମାନେ କେବେ ଏମିତି କଇଁଛ ଦେଖିଛନ୍ତି, ଯାହାର ରଙ୍ଗ ହଳଦିଆ। ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏବେ ଏମିତି ଏକ କଇଁଛକୁ ନେଇ ବେଶ୍ ଚର୍ଚ୍ଚା। ଏହି ବିରଳ ପ୍ରଜାତିର କଇଁଛ ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇଛି। ଯାହାର ରଙ୍ଗ ହଳଦିଆ।
IFS ଅଫିସର ସୁଶାନ୍ତ ନନ୍ଦ ଏହି କଇଁଛର ଭିଡିଓକୁ ଟ୍ୱିଟରରେ ଶେଆର୍ କରିଛନ୍ତି। କଇଁଛଟି ପାଣିରେ ପହଁରୁଥିବା ଦେଖିବାକୁ ମିଳିଛି।
କଇଁଛର ପୂରା ଶରୀର ହଳଦିଆ ରଙ୍ଗ ଓ ଏହା ଏକ ବିରଳ ପ୍ରଜାତିର କଇଁଛ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ସୁଜନପୁର ଗ୍ରାମବାସୀମାନେ କଇଁଛକୁ ଉଦ୍ଧାର କରି ବନ୍ୟ ବିଭାଗକୁ ଏସମ୍ପର୍କରେ ଖବର ଦେଇଥିଲେ। ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି କଇଁଛକୁ ନେଇଯାଇଥିଲେ।
https://twitter.com/i/status/1285036093902028801