କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ): କରୋନା କାଳରେ ମାସ୍କ ପ୍ରସ୍ତୁତ କରି ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ବି ସକ୍ଷମ କରାଇ ଚର୍ଚ୍ଚାରେ କଟକର ମହିଳା ଯସ୍ମୀନ ମଲିକ । ସଂଖ୍ୟାଲଘୁ ମହିଳାମାନଙ୍କୁ ରୋଜଗାର ଦେବାରେ ତାଙ୍କର ବଡ଼ ଅବଦାନ ରହିଛି । ତାଙ୍କର ଏହି ପଦକ୍ଷେପକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ପ୍ରସଂଶା କରିଛନ୍ତି ।
କରୋନା ଯୋଗୁଁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ କାରୋନା ମହାମାରୀ ସମସ୍ତଙ୍କ ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ମହିଳା ମାନେ ନିଜ ରୋଜଗାର ହରାଇ ଘରେ ବସିଥିଲେ, ଏହି ସମୟରେ ମହିଳାଙ୍କୁ ରୋଜଗାରକ୍ଷମ କରିବା ଲାଗି ମଙ୍ଗ ଧରିଥିଲେ କଟକ ହାଜି ଅଲ୍ଲୀ ମହିଳା ଗୋଷ୍ଠୀର ଯାସ୍ମୀନ୍ । ମହିଳାଙ୍କୁ ମାସ୍କ ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ଲାଗି ଯୋଗାଇଥିଲେ ସାଧନ ।ଏହାକୁ ଏବେ ବର୍ଷେ ବିତିଛି ଏବଂ ଏହି ଗୋଷ୍ଠୀର ମହିଳା କାରିଗର ମାନେ ରୋଜଗାରକ୍ଷମ ହେବା ସହ ସକ୍ଷମ ହୋଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ମିଶନ ଶକ୍ତି ବିକାଶ ପକ୍ଷରୁ ହାଜି ଅଲ୍ଲୀ ମହିଳା ଗ୍ରୁପକୁ ୫୦ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରିଛି ।
ଖଦି ମାସ୍କର ଚାହିଦା ଥିବାରୁ ଓରମାସ ପକ୍ଷରୁ ସମ୍ବଲପୁରର ଖଦି କପଡା ଯୋଗାଇ ଦିଆଯାଇଥିଲା । ଏସବୁ ମାସ୍କ ପ୍ରସ୍ତୁତ କରି କଟକ , ବାଲେଶ୍ୱର, ଜଗତସିଂହପୁର, ସମ୍ବଲପୁର, ଅନ୍ୟ ଜିଲ୍ଲା ମାନଙ୍କୁ ବିକ୍ରି ପାଇଁ ପଠାଯାଉଛି ବୋଲି କହିଛନ୍ତି ଓରମାସ ମୁଖ୍ୟ । ନିଜେ ସକ୍ଷମ ହେବା ସହ ଅନ୍ୟ ମହିଳାଙ୍କୁ କରୋନା କାଳରେ ସହାୟତା ଯୋଗାଇଥିବା ଯସ୍ମୀନ ଅନ୍ୟ ମାନଙ୍କ ଲାଗି ଉଦାହରଣ ।
#ମାସ୍କ_ପ୍ରସ୍ତୁତ_କରି_ଚର୍ଚ୍ଚାରେ_କଟକର_ମହିଳା
ନିଜେ ସକ୍ଷମ ହେବା ସହ ଅନ୍ୟ ମହିଳାଙ୍କୁ କରୋନା କାଳରେ ସହାୟତା ଯୋଗାଇଥିବା ଯସ୍ମୀନ ଅନ୍ୟ ମାନଙ୍କ ଲାଗି ଉଦାହରଣ । ତାଙ୍କର ଏହି ପଦକ୍ଷେପକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ପ୍ରସଂଶା କରିଛନ୍ତି ।#Odisha pic.twitter.com/Le3GJPoGC9— ଓଟିଭି (@otvkhabar) March 25, 2021