ଜଣେ ରୋଗୀଙ୍କ ପରୀକ୍ଷା ରିପୋର୍ଟରେ ଅନ୍ୟ ଜଣଙ୍କୁ ଚିକିତ୍ସା କଲେ ଡାକ୍ତର ; ରୋଗୀ ଗୁରୁତର

କଟକ : ଅନ୍ୟ ଜଣେ ରୋଗୀଙ୍କ ପରୀକ୍ଷା ରିପୋର୍ଟ ଆଧାରରେ ଚିକିତ୍ସା ପରେ ଆଉ ଜଣେ ରୋଗୀ ଗୁରୁତର ହୋଇ ପଡ଼ିଛନ୍ତି। ରୋଗୀ ଜଣକ କେନ୍ଦୁଝର ଅଞ୍ଚଳର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତ ୨୦ ତାରିଖରେ କେନ୍ଦୁଝର ଜିଲ୍ଲାର ପ୍ରତାପ ଚନ୍ଦ୍ର ମହନ୍ତ ନାମକ ରୋଗୀ ଦୁର୍ଘଟଣାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ସିଟି ସ୍କାନ କରିବାକୁ କହିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ସିଟି ସ୍କାନ୍‌ କରିଥିଲେ। ତେବେ ସିଟି ସ୍କାନ୍‌ ପରେ ଯେଉଁ ରିପୋର୍ଟ ଆସିଥିଲା ତାହା ପ୍ରତାପଙ୍କର ନଥିଲା। ଅନ୍ୟ ଜଣେ ରୋଗୀ ସୁଶାନ୍ତ ନାୟକଙ୍କ ସିଟି ସ୍କାନ ରିପୋର୍ଟ ଦେଖି ଡାକ୍ତରବାବୁ ପ୍ରତାପଙ୍କ ଚିକିତ୍ସା କରିଥିବା ଅଭିଯୋଗ ହୋଇଛି।

ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁ ପ୍ରତାପ ଗୁରୁତର ହୋଇପଡ଼ିଥିଲେ। ଏବେ ସେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁ ପ୍ରତାପଙ୍କ ଏଭଳି ଅବସ୍ଥା ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ଘଟଣାକୁ ନେଇ ଚିକିତ୍ସା କରିଥିବା ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

You might also like