ଓଡ଼ିଶା ଲୋକସେବା ଅାୟୋଗକୁ ନେଇ ସାଂଘାତିକ ଅଭିଯୋଗ

ଭୁଲ ମାର୍କିଂ ଯୋଗୁଁ ଚାକିରିରୁ ବଞ୍ଚିତ ମେଧାବୀ

ଭୁବନେଶ୍ୱର : ଓଡିଶା ଲୋକସେବା ଅାୟୋଗ ବା ଓପିଏସ୍‌ସି ଖେଳିଛି ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ। ନିକଟରେ ଡେଣ୍ଟାଲ ସର୍ଜନ ଚାକିରି ପାଇଁ ହୋଇଥିବା ପରୀକ୍ଷାରେ ହୋଇଛି ବ୍ୟାପକ ଅନିୟମିତତା। ପରୀକ୍ଷାରେ ୧୫ରୁ ଅଧିକ ପ୍ରଶ୍ନର ଭୁଲ୍ ମାର୍କିଂକୁ ନେଇ ଓପିଏସ୍‌ସିର ଭୂମିକା ସନ୍ଦେହ ଘେରରେ ଥିବାବେଳେ, ବଡ କଥା ହେଲା କଟ୍ ଅପ୍ ମାର୍କଠୁ କମ୍ ମାର୍କ ରଖି ପିଲା ପାଇଛନ୍ତି ନିଯୁକ୍ତି। ତେଣୁ ଏହା ପଛରେ ଏକ ବଡ ଧରଣର ଘୋଟାଲାର ଗନ୍ଧ ବାରି ହୋଇ ପଡୁଛି।

ପ୍ରଶ୍ନଟି ହେଲା ସେଟ୍ରିଜିନ୍ ଔଷଧଟି କଣ ? ତା ଉତ୍ତର ପ୍ରାୟ ଅଧିକାଂଶ ପଢୁଅା ଲୋକଙ୍କୁ ଜଣା। ଏହା ଏକ ଅାଣ୍ଟି ହିଷ୍ଟାମିନିକ୍। କିନ୍ତୁ ଓପିଏସସି ଏହାର ଉତ୍ତର କଣ ରଖିଛି ଜାଣନ୍ତି ? ଏହା କୁଅାଡ଼େ ଅାଣ୍ଟି ଅାଷ୍ଠାମେଟିକ୍ । ଏପରିକି ବହି ଓ ଇଣ୍ଟରନେଟ୍‌ରେ ମଧ୍ୟ ଏହାର ଉତ୍ତର ରହିଛି ଅାଣ୍ଟି ହିଷ୍ଟାମିନିକ୍।

ସେମିତି ନଜର ପକାନ୍ତୁ ଅାଉ ଏକ ପ୍ରଶ୍ନ ଉପରେ । ପ୍ରଶ୍ନଟି ହେଲା- ରୋଗୀକୁ ଲୋକାଲ୍ ଅାନାଲଜେସିଅା କିପରି ଦେବା ଉଚିତ୍ ସେକଥା ମଧ୍ୟ ସମସ୍ତଙ୍କୁ ଭଲ ଭାବେ ଜଣା। ଏହାର ଠିକ୍ ଉତ୍ତର ହେଲା ରୋଗୀଙ୍କୁ ଧୀରେ ଧୀରେ ଇଞ୍ଜେକସନ୍ ଦେବ॥ ହେଲେ ଓପିଏସ୍‌ସିର ଉତ୍ତର-ରୋଗୀକୁ ଇଞ୍ଜେକସନ୍ ବାରମ୍ବାର ଦେବା ଭଲ ଖାଲି ଏ ୨ଟି ନୁହଁ। ଏମିତି ପାଖାପାଖି ୧୫ଟି ପ୍ରଶ୍ନର ଭୁଲ୍ ଉତ୍ତର ଅନୁଯାୟୀ ମାର୍କିଂ କରିଛି ଓପିଏସ୍‌ସି। ସବୁ ପ୍ରଶ୍ନର ଉତ୍ତର ପଢା ବହିରେ ହିଁ ଅଛି।

ଜୀବନ ସାରା ଠିକ୍ ଉତ୍ତର ଲେଖି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀମାନେ ଏବେ ଚାକିରୀ ପାଇଁ ସଠିକ୍ ଉତ୍ତର ଦେଇ ଫସିଛନ୍ତି। ଭୁଲ ଉତ୍ତର ଲେଖିଥିଲେ ବୋଧେ ଚାକିରୀ ପାଇଥାନ୍ତେ। ସେମାନେ ଲେଖିଥିବା ଠିକ୍ ଉତ୍ତରକୁ ଭୁଲ ଦର୍ଶାଇ ଓପିଏସ୍‌ସି ଅକୃତକାର୍ଯ୍ୟ କରିଥିବା ଅଭିଯୋଗ ଅାସିଛି।

ଖୋଦ୍ ଓପିଏସସିକୁ ଜଣା ନାହିଁ ସଠିକ୍ ଉତ୍ତର ? ନା ଏଭଳି ପଛରେ ହୋଇଛି ଷଡ଼ଯନ୍ତ୍ର ? ଓଡ଼ିଶାର ହଜାର ହଜାର ଡ଼େଣ୍ଟାଲ ଡାକ୍ତର ଛାତ୍ରଛାତ୍ରୀଙ୍କ ସହ ଭବିଷ୍ୟତ ସହ ଖେଳିଛି ଓପିଏସ୍‌ସି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଚୁପ୍ ରହିଛନ୍ତି କର୍ତ୍ତୃପକ୍ଷ। ୨୦୧୮ ଜାନୁଅାରୀ ୯ରେ ସରକାରୀ ଡ଼େଣ୍ଟାଲ ସର୍ଜନ ପାଇଁ ଓପିଏସ୍‌ସି ପରିଚାଳନା କରିଥିଲା ପରୀକ୍ଷା। ଯେଉଁଥିରେ ୧୫ଟି ଭୁଲ ପ୍ରଶ୍ନ ପଡ଼ିଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ। ବିଚରା ଯିଏ ଠକ୍ ଉତ୍ତର ଲେଖିଲା ସେ ମାର୍କ ପାଇଲାନି।

କାରଣ OPSC ଏହାର Answer Key ରେ ଦେଇଥିଲା ଭୁଲ ଉତ୍ତର । ସବୁଠାରୁ ଅାଶ୍ଚର୍ଯ୍ୟର କଥା ହେଲା ଓପିଏସ୍‌ସି କର୍ତ୍ତୃପକ୍ଷ ଜାଣିଶୁଣି ପ୍ରଶ୍ନର ଉତ୍ତର ଗୁଡିକୁ ୱେବସାଇଟ୍‌ରେ ବି ପ୍ରକାଶ କରୁନଥିଲେ। ହେଲେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହାର Answer Key ୱେବସାଇଟରେ ପ୍ରକାଶ ହେବା ପରେ ପରୀକ୍ଷାର୍ଥୀଙ୍କ ମୁଣ୍ଡ ଘୂରେଇ ଯାଇଥିଲା। ଏଠି ପ୍ରଶ୍ନ, କଣ ପାଇଁ ଓପିଏସ୍‌ସି କର୍ତ୍ତୃପକ୍ଷ ଏହାକୁ ପ୍ରକାଶ କରି ନଥିଲେ। ଯାହାକୁ ନେଇ ହାଇକୋର୍ଟରେ ଓପିଏସ୍‌ସି ବିରୋଧରେ ଅନେକ ମାମଲା ରୁଜୁ ହେଲାଣି।

ଖାଲି ସେତିକି ନୁହେଁ, କଟଅଫ୍ ମାର୍କରେ ବି ପାତର ଅନ୍ତର ହୋଇଥିବା ଅଭିଯୋଗ ଅାସିଛିା କଟ୍‌ ଅଫ୍ ମାର୍କ ଠାରୁ କମ୍‌ ରଖି ମଧ୍ୟ ବି ମିଳିଛି ଚାକିରି। ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣ ପୁରୁଷ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ କଟ୍ ଅପ୍ ମାର୍କ ୧୮୯. ୫୫୮ ବୋଲି ସ୍ଥିର କରିଥିଲା ଓପିଏସ୍‌ସି। ଅଭିଯୋଗ ଅନୁଯାୟୀ ଏହି କଟ୍ଅଫ୍ ମାର୍କ ଠାରୁ କମ୍‌ ରଖି ଚାକିରି ପାଇଛନ୍ତି ପିଲା। ଅାଉ ମେଧାବୀ ହତାଶ॥ ଏଠି ପ୍ରଶ୍ନ, ଓପିଏସ୍‌ସିର ଏ କେଉଁ ପ୍ରକାର ପରିଚାଳନା ଜାଣତ ନା ଅଜାଣତରେ ଏମିତି କରିଛି ଓପିଏସ୍‌ସି ଯାହାକୁ ନେଇ ଚୁପ୍ କର୍ତ୍ତୃପକ୍ଷ।

ଖାଲି ଏ ପରୀକ୍ଷା ନୁହଁ ଅାସିଷ୍ଟାଣ୍ଟ ସର୍ଜନ ପାଇଁ ହୋଇଥିବା ଅନ୍ୟ ଏକ ପରୀକ୍ଷା ପରିଚାଳନାରେ ବି ଅନିୟମିତତା ଅଭିଯୋଗ ଅାସିଛି। ଏପ୍ରିଲ ୨୨ରେ ୨,୧୭୩ ଅାସିଷ୍ଟାଣ୍ଟ ସର୍ଜନ ପଦବୀ ପାଇଁ ପରୀକ୍ଷା ପରିଚାଳନା କରିଥିଲା ଓପିଏସ୍‌ସି। ଯେଉଁଥିରେ ୧୭ଶହରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୬୧୦ ଜଣ କୃତକାର୍ଯ୍ୟ ହୋଇଥିଲେ।

ତା ମଧ୍ୟରୁ ୪୮୩ ଜଣଙ୍କୁ ଚାକିରିରେ ଅବସ୍ଥାପିତ କରି ସାରିଲେଣି ସରକାର। ହେଲେ ଅଭିଯୋଗ ହେଉଛି ଏ ପରୀକ୍ଷାରେ ବି ପାଖାପାଖି ୧୩ଟି ପ୍ରଶ୍ନର ଉତ୍ତର ଭୁଲ୍ ଦେଖାଇ ମାର୍କିଂ କରିଛି ଓପିଏସ୍‌ସି। ଯେଉଁଥି ପାଇଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଚାକିରିରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ଛାତ୍ରଛାତ୍ରୀ ମାନେ ବାରମ୍ବାର ଓପିଏସ୍‌ସି କର୍ତ୍ତୃପକ୍ଷଙ୍କୁ ଭେଟିଥିଲେ ବି ହାତ ଟେକି ଦେଇଛନ୍ତି କର୍ତ୍ତୃପକ୍ଷ। ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ।

ଓପିଏସସିର ଏ କେଳେଙ୍କାରୀ ପଛରେ ବଡ଼ ଧରଣର ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ସାମାଜିକ କର୍ମୀ। ଅାଉ ଏହାକୁ ନେଇ ତେଜିଲାଣି ରାଜନୈତିକ ଅାକ୍ରୋଶ। ପିଲାଙ୍କ ଭବିଷ୍ୟତ ସହ ଖେଳିଥିବା ଓପିଏସ୍‌ସି କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

You might also like