ଭୁଲ୍‌ ଇଞ୍ଜେକସନ୍ ପାଇଁ ୯ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

କଟକ : ଭୁଲ୍‌ ଇଞ୍ଜେକସନ୍ ପାଇଁ ଜଣେ ୯ ବର୍ଷୀୟା ନାବାଳିକାଙ୍କର ମୃତ୍ୟୁ ଅଭିଯୋଗ। କଟକ ଜିଲ୍ଲା ନିଆଳିରେ ଥିବା ଏକ କ୍ଲିନିକ୍ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ସମ୍ପର୍କୀୟ। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।

ଅଭିଯୋଗ ଅନୁଯାୟୀ, ନିଆଳି ନିକଟ ଗରଡା ଗାଁର ଜଣେ ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସମ୍ପୃକ୍ତ କ୍ଲିନିକ୍‌କୁ ଆଣିଥିଲେ ପରିବାର ଲୋକେ। ତେବେ ନାବାଳିକା ଜଣଙ୍କୁ ଇଞ୍ଜେକସନ୍ ଦିଆଯିବା ପରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହୋଇପଡିଥିଲା। ଏହାପରେ ନାବାଳିକାଙ୍କୁ ନିଆଳି ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଭୁଲ ଇଞ୍ଜେସନ୍ ଦିଆଯାଇଥିବା ଅଭିଯୋଗ କରି ସମ୍ପୃକ୍ତ କ୍ଲିନିକରେ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।  ଅଭିଯୋଗ ନେଇ କ୍ଲିନିକ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like