• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ଖରାଦିନ ସାଙ୍ଗକୁ ବଢୁଛି ତରଭୁଜର ଚାହିଦା
  • ଯାଜପୁର ରାସ୍ତା କଡ଼ରେ ଜମୁଛି ତରଭୁଜ ବେପାର
  • କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଚିନ୍ତାରେ ଚାଷୀ
  • ତରଭୁଜ ଚାଷରେ ପୋକ ଲାଗୁଥିବାରୁ ଚିନ୍ତାରେ ଚାଷୀ
  • ଔଷଧ ଯୋଗାଇ ଦେବାକୁ ଚାଷୀଙ୍କ ଦାବି

ଆଳି,ଯାଜପୁର ( ବନମାଳୀ ସାହୁ, ଗୁଲାମ ଗସ): ଚାହିଦାରେ ତରଭୁଜ ଚାଷ । ଖରା ବଢ଼ିବା ସାଙ୍ଗକୁ ତରଭୁଜ ବେପାର ଜମି ଆସୁଥିବା ବେଳେ ରୋଗ ପୋକକୁ ନେଇ ଚିନ୍ତାରେ ଚାଷୀ । ସବୁ ପ୍ରକାର କୀଟନାଶକ ସିଞ୍ଚନ ପରେ ବି କୌଣସି ଲାଭ ନ ମିଳିବାରୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଚାଷୀ  ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା କାଟଣାବଣିଆ ଅଞ୍ଚଳର ପ୍ରାୟ ୩ ଶହରୁ ଅଧିକ ଚାଷୀ ୧ ହଜାର ଏକରରୁ ଅଧିକ ଜମିରେ ଲଗାଇଛନ୍ତି । ତରଭୁଜ ଏବେ ଫଳ ଧରି ଆସୁଥିବାବେଳେ ରୋଗପୋକ ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଯେତେ କୀଟନାଶକ ବ୍ୟବହାର କଲେ ମଧ୍ୟ କିଛି କାମ କରୁନି । ଫଳରେ ଋଣ କରି ଚାଷ କରିଥିବା ଚାଷୀ ଏବେ କଣ କରିବେ କିଛି ବୁଝିପାରୁନାହାନ୍ତି । ସରକାରଙ୍କ ତରଫରୁ ଏହାର ଅନୁଧ୍ୟାନ କରାଯିବା ସହ ଔଷଧ ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି ।  ଅନ୍ୟପଟେ ପ୍ରତିବର୍ଷ ଗୋଟିଏ ପ୍ରକାର ଚାଷ କରୁଥିବାରୁ ସମସ୍ୟା ଉପୁଜିଛି  । ଉପଯୁକ୍ତ ଔଷଧ ସିଞ୍ଚନ ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିବା କହିଛନ୍ତି କୃଷି ଉଦ୍ୟାନ ବିଭାଗ ସହ ଅଧିକାରୀ ।

ଏପଟେ ଯାଜପୁରର ରାସ୍ତା କଡ଼ରେ ଗଦା ହୋଇଛି ଲାଲ୍ ଟହଟହ ତରଭୁଜ  । ବିଭିନ୍ନ ପ୍ରକାରର ତରଭୁଜ ଦେଖି ଅଟକି ଯାଉଛନ୍ତି ଯାତ୍ରୀ  । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ରାସ୍ତାରେ ଯିବା ବେଳେ ତରଭୁଜ ଖାଇ ଖରା ଓ ଗରମରୁ ଆଶ୍ୱସ୍ତି ଲାଭ କରୁଛନ୍ତି ଯାତ୍ରୀ ।  ଖରା ବଢ଼ିବା ସାଙ୍ଗକୁ ଭଲ ବ୍ୟବସାୟ ମଧ୍ୟ ହେଉଥିବା କହିଛନ୍ତି ବ୍ୟବସାୟୀ । ଗତବର୍ଷ କରୋନା ଓ ଲକଡାଉନ୍ ଯୋଗୁଁ ତରଭୁଜ ବ୍ୟବସାୟ ମାନ୍ଦା ପଡ଼ିଥିଲା ଚଳିତ ବର୍ଷ ଲକଡାଉନ୍ କଟକଣା ନଥିବାରୁ ଭଲ ଦି ପଇସା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି ବ୍ୟବସାୟୀ ।

Worst-fears-of-watermelon-farmers-in-kendrapara
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories