ବିଜେଡି ଦ୍ୱାରା ବିଶ୍ୱ ଜନଜାତି ଦିବସ ପାଳନ

ନବୀନ କହିଲେ, ଅାଦିବାସୀଙ୍କ ବିକାଶ ପାଇଁ କାମ କରୁଛି କରୁଥିବି

ଭୁବନେଶ୍ୱର : ବିଶ୍ୱ ଜନଜାତି ଦିବସ ଅବସରରେ ବିଜେଡିର ଅାଦିବାସୀ ସମାବେଶ। ରାଜଧାନୀର ଅାଦିବାସୀ ପଡ଼ିଆରେ ଅାୟୋଜିତ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅାଦିବାସୀଙ୍କ ପାଇଁ ଅାମେ କାମ କରି ଚାଲିଛୁ। ଲୋକଙ୍କ ସେବାରେ ଗୁରୁପ୍ରିୟା ସେତୁକୁ ଉତ୍ସର୍ଗ କରାଯାଇଛି।

ଗୁରୁପ୍ରିୟା ଯୋଗୁଁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ବିକାଶ ହୋଇ ପାରିବ। ଅାଦିବାସୀଙ୍କ ବିକାଶ ପାଇଁ କାମ କରୁଛି, କାମ କରି ଚାଲିଥିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅାସିଥିବା ଅାଦିବାସୀମାନେ ଯୋଗ ଦେଇଛନ୍ତି।

ସେପଟେ ବିଶ୍ୱ ଜନଜାତି ଦିବସ ଅବସରରେ ବିଜେପି ବିକ୍ଷୋଭ ରାଲି କରିଛି। ଭୁବନେଶ୍ୱର ଦଳୀୟ ଅଫିସରୁ ଏକ ଶୋଭାଯାତ୍ରାରେ ଯାଇ ପିଏମ୍‌ଜି ନିକଟରେ ଏକ ସମାବେଶ କରାଯାଇଥିଲା। ବିଜେପି ବିଧାୟକ ରବି ନାୟକ ଅଭିଯୋଗ କରିଛନ୍ତି, ଅାଦିବାସୀଙ୍କ ଏକତା ଓ ସମନ୍ୱୟକୁ ଜଳାଞ୍ଜଳି ଦେଇଛନ୍ତି ରାଜ୍ୟ ସରକାର।

ଅାଦିବାସୀଙ୍କ ହକ୍ ପାଇଁ ଲଢ଼େଇ ଜାରି ରହିବ। ରାଜ୍ୟ ସରକାର କୌଣସି ନିୟମ ପାଳନ କରୁନାହାନ୍ତି କି ଅାଦିବାସୀଙ୍କ ବିକାଶ ପାଇଁ କିଛି କରୁ ନାହାନ୍ତି ବୋଲି ରବି ନାୟକ ଅଭିଯୋଗ କରିଛନ୍ତି।

 

You might also like