ବକେୟା ପାଉଣାକୁ ନେଇ ବସଷ୍ଟପ୍‌ ଭାଙ୍ଗିଲେ ଶ୍ରମିକ

ଭୁବନେଶ୍ୱର : ଯେଉଁ ହାତରେ ତିଆରି କରିଥିଲେ ଏବେ ସେହି ହାତରେ ହିଁ ଭଙ୍ଗାରୁଜା  କରୁଛନ୍ତି। ନିର୍ମାଣର ଏକ ମାସ ପରେ ଶ୍ରମିକମାନଙ୍କ ଦ୍ୱାରା ଭଙ୍ଗାରୁଜା ସହ ଆନ୍ଦୋଳନ ଚାଲିଛି। ଏମିତି ଦୃଶ୍ୟ ଭୁବନେଶ୍ୱର ଶିଶୁ ଭବନ ଛକ ବସ ଷ୍ଟପ୍‌ରେ ଦେଖିବାକୁ ମିଳିଛି।

ଖୋଲି ଦିଆଯାଉଛି ବସ୍‌ ଷ୍ଟପ୍‌ର ପୁରା ଷ୍ଟ୍ରକଚର। କେବଳ ଖୋଲୁ ନାହାନ୍ତି,  ବିଭିନ୍ନ ସାମଗ୍ରୀଙ୍କୁ ରାସ୍ତାରେ ପକାଇ ରାସ୍ତାରୋକ୍‌ ସହ ଆନ୍ଦୋଳନ ମଧ୍ୟ କରୁଛନ୍ତି। ଆଉ କ୍ଷୋଭ ଭରା କଣ୍ଠରେ ନିଜ ପ୍ରାପ୍ତ ପାଉଣା ପାଇଁ ଦାବି କରୁଛନ୍ତି।

ଅଭିଯୋଗ ଅନୁସାରେ, ହକି ବିଶ୍ୱକପ୍ ପୂର୍ବରୁ ସରକାର ‘ମୋ ବସ୍’ ସେବା ଆରମ୍ଭ କରିବା ସହ ସହରର ପ୍ରାୟ ୧୨୭ଟି ଛକରେ ନୂତନ ବସଷ୍ଟପ୍‌ର ନିର୍ମାଣ କରିଥିଲେ। ଏଥିପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ଶ୍ରମିକଙ୍କୁ ପାଉଣା ଦିଆଯାଇନଥିବା ଅଭିଯୋଗ ହୋଇଛି।

ଦୀର୍ଘ ଏକ ମାସର ପାଉଣା ବାକି ଥିବାରୁ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ସେପଟେ ଅଭିଯୋଗକୁ ସଂପୃକ୍ତ ଠିକାଦାର ମଧ୍ୟ ସ୍ୱୀକାର କରିଛନ୍ତି। ସରକାର ବର୍ତ୍ତମାନ ସୁଦ୍ଧା ବକେୟା ଟଙ୍କା ଦେଇନଥିବାରୁ ସେ ଶ୍ରମିକଙ୍କୁ ବକେୟା ଟଙ୍କା ଦେଇପାରିନଥିବା କହିଛନ୍ତି।  ଆରପଟେ ଘଟଣା ନେଇ ବିଡିଏ କର୍ତ୍ତୃପକ୍ଷ କିଛି କହିବାକୁ ମନା କରିଦେଇଛନ୍ତି।

You might also like