ବିଦ୍ୟୁତ୍‌ ସଂସ୍ପର୍ଶରେ ଅାସି ମିସ୍ତ୍ରୀ ମୃତ

କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତା ଅବରୋଧ

କନ୍ଧମାଳ  : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁରେ ଅଘଟଣ। ବିଦ୍ୟୁତ୍‌ ସବ୍‌ଷ୍ଟେସନରେ କାମ କରୁଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଅାସି ଜଣେ ମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ମୃତକ ହେଲେ କିନାରୀ ଗାଁର ପ୍ରଶାନ୍ତ ବିଷୋୟୀ।

ଅଘଟଣ ପରେ ଗାଁ ଲୋକେ ସ୍ଥାନୀୟ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଉକ୍ତ ଅଂଚଳରେ ଅସନ୍ତୋଷ ଦେଖାଦେଇଛି।

ଗ୍ରାମବାସୀ ମର ଶରୀରକୁ ରାସ୍ତାରେ ରଖି ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ବ୍ୟବସାୟୀ ମଧ୍ୟ ଦୋକାନ ବଜାର ବନ୍ଦ କରିଦେଇଛନ୍ତି।  ଅାନ୍ଦୋଳନ ଯୋଗୁଁ ଦାରିଙ୍ଗବାଡି ମୋହନକୁ ଯାନବାହନ ଚଳାଚଳ ବନ୍ଦ ରହିଛି।

 

You might also like