ପର୍ଯ୍ୟଟକଙ୍କ ମନମେ।ହୁଛି ମାଛକାନ୍ଦଣା ଜଳପ୍ରପାତ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଫୁଲେଇ ଝରଣାର କୁଳୁକୁଳୁ ନାଦ , ମାଛକlନ୍ଦଣl ଜଳପ୍ରପାତରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ , ଡିଜେ ଗୀତରେ ଜମୁଛି ବଣଭେ।ଜି

ଉଦଳା : (ରିପେ।ର୍ଟ – ମାନସ ପାଣି) ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି  କିଛି ସମୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ହଜିଯିବାକୁ କାହାକୁ ବା ଭଲନଲାଗେ । ପର୍ଯ୍ୟଟନ ଋତୁରେ ଫୁଲେଇ ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ l ଭଳିଭଳିକା ପକ୍ଷୀଙ୍କ ମନମତାଣିଆ ଶଦ୍ଦ ପର୍ଯ୍ୟଟକଙ୍କ ମନକୁ ଆହୁରି ଆନମନା କରେ ।  ବଡ଼ଦିନ ଠାରୁ ଆରମ୍ଭ କରି ନୂଆ ବର୍ଷ ଆସିଲେ ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି  ଓ ବଣଭୋଜି କରିବାର ବେଶ ମଜା ନେଇଥାନ୍ତି ପର୍ଯ୍ୟଟକ l ସେଇଥିପାଇଁ ଶୀତ ଋତୁରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହରୀର ଆଶଙ୍କା ଥିବା ସତ୍ତ୍ୱେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଏବେ ଭିଡ଼ ଦେଖିବାକୁ ମିଳୁଛି l

ମୟୁରଭଞ୍ଜ ଜିଲା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ମାଛକାନ୍ଦଣା ଜଳପ୍ରପାତ l କପ୍ତିପଦା ବ୍ଲକ ମନଭଙ୍ଗା ଠାରେ ଅବସ୍ଥିତ  ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜଳପ୍ରପାତ ମାଛକାନ୍ଦଣା l ଯିଏ ଥରେ ଆସିଛି ଏହି ପାହାଡ଼ ପର୍ତବ ଘେରା ପରିବେଶକୁ ଭୁଲି  ପାରିନି । ଚାରିପଟେ ପାହାଡ଼ ଓ ମଝିରେ ଥିବା ଏହି ଜଳପ୍ରପାତର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରୁଛି ।  ଜଳପ୍ରପାତ, ଝରଣା, ପାହାଡ଼ ଏବଂ ସୁଦୀର୍ଘ ଚଟାଣ ଦର୍ଶକଙ୍କୁ ଏଠାରେ ବାନ୍ଧି ରଖୁଛି । ଜଳପ୍ରପାତର ସ୍ବଚ୍ଛ ଜଳରାଶିରେ କିଏ ଗାଧେ।ଉଛି ତ ଆଉ କିଏ ଭେ।ଜିଭାତର ମଜା ଉଠଉଛି ।

ମୟୁରଭଞ୍ଜ ଜିଲାରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନଲୋଭା ପରିବେଶ ଭରା ପର୍ଯ୍ୟଟନ ସ୍ଥଳୀ ରହିଛି l ସେଥି ମଧ୍ୟରୁ ମାଛ କାନ୍ଦଣା ଜଳପ୍ରପାତ ଅନ୍ୟତମ l ଉଦଳା ଠlରୁ ୨୦  କିଲୋମିଟର ପୋଡ଼ାଡିହl ରାସ୍ତା ଦେଇ ଗଲେ ମନଭଙ୍ଗl ଠାରେ ପଡେ ଏହି ଜଳପ୍ରପାତ l ଗାଁ ଠାରୁ ତିନି କିଲୋମିଟର ବଣ ପାହଡ଼ ଘେରା ରାସ୍ତା ଦେଇ ଗଲେ ପର୍ଯ୍ୟଟକ ମାନେ ଏହି ପ୍ରାକୃତିକ ମନଲୋଭା ଦୃଶ୍ୟକୁ ଉପଭୋଗ କରିଥାନ୍ତି l କେବଳ ଏ ଅଞ୍ଚଳ ନୁହେଁ ବାଲେଶ୍ୱର, କଟକ, ଭୁବନେଶ୍ୱର ତଥା ଓଡି଼ଶା ବାହାରୁ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟିଥାଏ l

ସତରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମାଛ କାନ୍ଦଣା ଜଳପ୍ରପାତକୁ ଯିଏ ଥରେ ଆସିଛି ତା ମନରେ ଅସରନ୍ତି ଖୁସି ଆଣିଦେଇଛି l ବିଶେଷ କରି ଡ଼ିସେମ୍ବର ୨୫ରୁ ଫେବୃଆରୀ ପର୍ଯ୍ୟନ୍ତ ଏହି ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ଭିଡ଼ ଜମେ l କିଏ ପରିବାର ସହ ଆସିଥାଏ ତ ଆଉ କିଏ ସାଙ୍ଗ ସାଥି କୁ ନେଇ ବୁଲା ବୁଲି କରିବାର ମଜା ନେଇଥାନ୍ତି l ତେବେ ମାଛ କାନ୍ଦଣା ଜଳପ୍ରପାତରେ ଗମନା ଗମନ ଓ ପାନୀୟ ଜଳର ସମସ୍ୟା ଥିବାରୁ ପର୍ଯ୍ୟଟକ ଅସନ୍ତେ।ଷ ପ୍ରକାଶ କରୁଛନ୍ତି ।  ସରକାରଙ୍କ ଦୃଷ୍ଟି ପଡିଲେ ଏହି ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇବା ସହ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇବ ବୋଲି ସାଧାରଣରେ ଦାବି ହେ।ଇଛି ।

You might also like