କୁନି ଓଠରେ ଶିବ ତାଣ୍ଡବ

ବୟସ ମାତ୍ର ୮ ବର୍ଷ ! ଅନର୍ଗଳ ଭାବେ ଅୟାନା ଗାଇ ପାରୁଛନ୍ତି ଶିବ ତାଣ୍ଡବ, ବିନାୟକଙ୍କ ଶ୍ଲୋକ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ପ୍ରତିଭା କେବେ ଲୁଚି ରହେନା । କଅଁଳ ବୟସରେ କମାଲ କରୁଛନ୍ତି ବାଲେଶ୍ୱର କୁନି ଝିଅ ଅୟାନା ରାଉତରାୟ । ବୟସ ତାଙ୍କର ମାତ୍ର ୮ ବର୍ଷ, କିନ୍ତୁ ମନେ ରଖିଛନ୍ତି ଏକାଧିକ ଶ୍ଲୋକ ଓ ମନ୍ତ୍ର ।  ଅନର୍ଗଳ ଭାବେ ଗାଇ ପାରୁଛନ୍ତି ଶିବ ତାଣ୍ଡବ, ବିନାୟକଙ୍କ ଶ୍ଲୋକ ସମେତ ଅନେକ କିଛି । ଅତି ସୁନ୍ଦର ଓ ସ୍ପଷ୍ଟ ଭାବେ ଗାଇ ସମସ୍ତଙ୍କୁ ଚକିତ କରିଛନ୍ତି  । ଇଣ୍ଟରନେଟ୍ ଯୁଗରେ ପିଲାମାନେ ନିଜ ଭାଷା ଓ ସଂସ୍କୃତି ପ୍ରତି ଆଗ୍ରହ ହରାଉଥିବା ବେଳେ ସମସ୍ତଙ୍କ ପାଇଁ ସେ ନୂଆ ଉଦାହରଣ ପାଲଟିଛନ୍ତି । ଖେଳିବା ବୁଲିବା ବୟସରେ ଏପରି ଆଧ୍ୟାତ୍ମିକ ଭାବନା ସମସ୍ତେ ପ୍ରଭାବିତ ହୋଇଛନ୍ତି।

ଜଟାଟବିଗଲଜ୍ଜଲ ପ୍ରବାହ ପାବିତସ୍ଥଲେ . . . ଗଲେବଲଂବ୍ୟ ଲଂବିତାଂ ଭୁଜଂଗତୁଂଗ ମାଲିକାମ୍ . . . . କୁନି ଓଠରେ ଶିବ ତାଣ୍ଡବ । ଅୟାନା ନିଜ ଜେଜେବାପା ଓ ମାଆଙ୍କ ଠାରୁଶ୍ଲୋକ ଓ ମନ୍ତ୍ର  ଶୁଣି ଶୁଣି ସବୁ ମନେ ରଖିଛନ୍ତି ।  ଏବେ ବେଶ ପ୍ରାଞ୍ଜଳ ଭାବେ ଶ୍ଲୋକ ସବୁକୁ ସେ ଗାଇ ପାରୁଛନ୍ତି । ପୁଣେରେ ରହି ସେ ଇଂରାଜୀ ମାଧ୍ୟମରେ ପାଠ ପଢ଼ୁଛନ୍ତି ସତ ଶ୍ଲୋକ ସତେ ଯେମିତି ତାଙ୍କ ଜିଭ ଅଗରେ ରହିଛି । କହିବା କ୍ଷଣି ଅନର୍ଗଳ ଗାଇ ଯାଉଛନ୍ତି ।  ଯାହାକୁ ଶୁଣି ସାଧାରଣ ଲୋକେ ଚକିତ ହେବା ସହ ପ୍ରଶଂସା ନକରି ରହିପାରୁ ନାହାନ୍ତି ।

ତେବେ ଅୟାନାଙ୍କ ଶ୍ଲୋକ ଶିକ୍ଷା ପଛରେ ତାଙ୍କ ଜେଜେ ବାପାଙ୍କ ଅବଦାନ ଅଧିକ ରହିଛି ।  ଛୋଟବେଳୁ ତାଙ୍କର ଏସବୁ ପ୍ରତି ଆଗ୍ରହ ଦେଖି ଅୟାନାଙ୍କ ଜେଜେ ତାଙ୍କୁ ବାରମ୍ବାର ଶ୍ଲୋକ ଆବୃତ୍ତି କରାଯାଉଥିଲେ । ପ୍ରତିଦିନ ପୌରାଣିକ ଗପ ସାଙ୍ଗକୁ ମନ୍ତ୍ର ଶୁଣାନ୍ତି । ଆଉ ଅୟାନା ଏକାଗ୍ରତାର ସହ ସେସବୁ ଶୁଣୁଥିଲେ । ଉତ୍ତମ ଶିକ୍ଷା ଓ ଆଧାତ୍ମିକ ଦିଗକୁ ଅନୁପ୍ରାଣିତ କରିବାକୁ ପରିବାର ପକ୍ଷରୁ ତାଙ୍କୁ ଏପରି ଶିକ୍ଷା ଦିଆଯାଇଥିବା ଅୟାନାଙ୍କ ପରିବାର ଲୋକେ କହିଛନ୍ତି ।

ଝିଅର ପ୍ରତିଭା ପାଇଁ ବାପା -ମାଆ ଯେତିକି ଖୁସି, ତାଙ୍କ ଅଜା ତା’ଠାରୁ ଅଧିକ ଖୁସି । ଆଜି ସେ ନିଜର ନିଆରା ପ୍ରତିଭା ବଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

You might also like