ଅବହେଳିତ ରାଜ୍ୟର ମହିଳା ଫୁଟବଲ ଖେଳାଳି

ମୟୁରଭଞ୍ଜ ଜିଲ୍ଲାରେ ଖେଳାଳିଙ୍କୁ କିଟ୍ ମିଳୁନଥିବା ଅଭିଯୋଗ

ରାଇରଙ୍ଗପୁର ( ରାଜେଶ ଶର୍ମା) : ଅବହେଳିତ ରାଜ୍ୟର ମହିଳା ଫୁଟବଲ ଖେଳାଳି।  ରାଜ୍ୟର ଅନେକ ମହିଳା ଫୁଟବଲ ଖେଳାଳି ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ମହିଳା ଫୁଟବଲ ଆସୋସିଏସନରୁ ପ୍ରଶିକ୍ଷଣ ନେଇ ଜାତୀୟ ସ୍ତରରେ ଖେଳି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଦେଓଗୀ ମୁର୍ମୁ, ପୂର୍ଣ୍ଣିମା ହେମ୍ରମ, ଯୋବାମଣି ସୋରେନ, ହେମଲତା ମହନ୍ତଙ୍କ ଭଳି ଦକ୍ଷ ମହିଳା ଫୁଟବଲ ଖେଳାଳି ଜାତୀୟ ସ୍ତରରେ ଫୁଟବଲ ଖେଳି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ବାମନଘାଟୀ ମହିଳା ଫୁଟବଲ ଆସୋସିଏସନ ଏବେ ଅବହେଳିତ ଅବସ୍ଥାରେ। ଦୀର୍ଘ ୧୫ ବର୍ଷ ହେବ ବାମନଘାଟୀ ମହିଳା ଫୁଟବଲ ଆସୋସିଏସନ ବିନା ସରକାରୀ ସହାୟତା ଓ ପ୍ରୋତ୍ସାହନରେ ମହିଳାମାନଙ୍କୁ ଫୁଟବଲ ପ୍ରଶିକ୍ଷଣ ଦେଇଆସୁଛି।

ଅର୍ଥାଭାବ ଯୋଗୁଁ ୨୦୧୩ ମସିହାରେ ଫ୍ରାନ୍ସରେ ହୋଇଥିବା ମହିଳା ଫୁଟବଲ ପ୍ରତିଯୋଗୀତାରେ ୩ଜଣ ଓଡ଼ିଆ ମହିଳା ପ୍ରତିଯୋଗୀଙ୍କୁ ସୁଯୋଗ ଥିଲେ ବି ଭାଗ ନେଇପାରିନଥିଲେ।

ରାଜ୍ୟ ସରକାରଙ୍କ ନିକଟରେ ଅନେକ ଥର ସହାୟତା ପାଇଁ ଦାବି ହୋଇଥିଲେ ବି କିଛି ସୁଫଳ ମିଳିପାରିନି। ଫଳରେ ଧିରେ ଧିରେ ଫୁଟବଲ ଖେଳ ପ୍ରତି ମହିଳା ଖେଳାଳିମାନଙ୍କ ଆଗ୍ରହ ମଧ୍ୟ କମିବାକୁ ବସିଲାଣି।

You might also like