• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର: ବଡିବିଲଡିଂ ବା ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ କମାଲ ଦେଖାଇବେ ଓଡିଆ ଝିଅ ।  ରାଜ୍ୟରେ ଧୀରେ ଧୀରେ ବଡିବିଲଡିଂ ପ୍ରତି ଯୁବତୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଛି ରାଜ୍ୟ ମହିଳା ଫିଟନେସ ଚାମ୍ପିୟାନସିପ । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଶାରୀରିକ ଗଠନର ଚମକ ଦେଖାଇଛନ୍ତି ମହିଳା ପ୍ରତିଯୋଗୀ ।

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଜଲୱା ଦେଖାଉଛନ୍ତି ଓଡ଼ିଆ ମହିଳା। ଘର କୋଣରେ ପଡ଼ି ନରହି ଷ୍ଟେଜ ଉପରେ ପୁରୁଷଙ୍କ ପରି ପୋଜ ଦେଉଛନ୍ତି ମହିଳା ପ୍ରତିଯୋଗୀ । ଜଜ ଓ ଲୋକଙ୍କ ଆଗରେ ଦେଖାଉଛନ୍ତି ବାଇସେପ ଓ ଟ୍ରାଇସେପର ଝଲକ୍ । ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ ମହିଳା ଫିଟନେସ ପ୍ରତିଯୋଗିତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀମାନେ ଆସି ଏଥିରେ ଅଂଶଗ୍ରହଣ କରିଛନ୍ତି । ବଡିବିଲଡିଂରେ ପ୍ରଫେସନାଲ କ୍ୟାରିୟର କରିବା ସହ ଜାତୀୟ ସ୍ତରର ପ୍ରତିଯୋଗିତାରେ ରାଜ୍ୟ ପାଇଁ ସୁନାମ ଆଣିବା ଲକ୍ଷ୍ୟରେ ଷ୍ଟେଜକୁ ଓହ୍ଲାଇଛନ୍ତି  ମହିଳା ବଡିବିଲଡରମାନେ।

ଧୀରେ ଧୀରେ ବଡିବିଲଡିଂ ପ୍ରତି ମହିଳାଙ୍କ ଆଗ୍ରହ ବଢୁଛି, ଏହାକୁ ଦୃଷ୍ଟିରେ ରଖି ଓଡିଶା ବଡିବିଲଡିଂ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ପୁରୁଷଙ୍କ ସହ ମହିଳାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଥିଲା । ଏହି ପ୍ରତିଯୋଗିତାରୁ ବଛା ବଛା ମହିଳା ବିଶାଖପଟଣାରେ ହେବାକୁ ଥିବା ଜାତୀୟ ଚାମ୍ପିୟନଶିପରେ ଭାଗ ନେବେ ବୋଲି ଆୟୋଜକ କହିଛନ୍ତି ।

Womens-body-building-championship-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories