ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ତୁମୁଳକାଣ୍ଡ

ଗଞ୍ଜାମ : ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ତୁମୁଳକାଣ୍ଡ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପିତ୍ତଳ ଗାଁରେ ମଦ ଭାଟିରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି ଶତାଧିକ ମହିଳା।

ବହୁ ଦିନ ଧରି ମଦଭାଟି ବନ୍ଦ କରାଯିବା ନେଇ ଦାବି ହୋଇଆସୁଥିଲା। ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ମହିଳାମାନେ।

ଗାଁର ମହିଳା ମାନେ ଦେଶୀ ଭାଟିରେ ପଶି ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି। ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like