• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଢେଙ୍କାନାଳ :  ରାଜ୍ୟ ସରକାରଙ୍କ ଅଜବ ନୀତି। ମଦ କାରଖାନା ପାଇଁ ଜଙ୍ଗଲ ସଫା। ଜଙ୍ଗଲ ଭିତରେ ଯନ୍ତ୍ରର ଗର୍ଜନ। ମେସିନ୍ ମୁହଁରେ ଧରାଶାୟୀ ହୋଇପଡୁଛି ବର୍ଷ ବର୍ଷ ପୁରୁଣା ଶାଳ, ପିଅାଶାଳ, ଅଁଳା, ବାହାଡ଼ା, ହରିଡ଼ା ଭଳି ମୂଲ୍ୟବାନ ଗଛ। କେଇ କ୍ଷଣ ମଧ୍ୟରେ ଉଜୁଡ଼ିଯାଉଛି ସବୁଜିମା। ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲରେ ସରକାରୀ ନିର୍ଦ୍ଦେଶରେ ଚାଲିଛି ଏହି ଧ୍ୱଂସର ତାଣ୍ଡବ। କାରଣ ଏହି ଜାଗାରେ ଗଢ଼ି ଉଠିବ ବିୟର ଫ୍ୟାକ୍‌ଟ୍ରି।

ହେଲେ ଏଭଳି ଗଛକଟାକୁ ବିରୋଧ କରି କିଏ ଗଛକୁ ଘେରି ରହିଛନ୍ତି ତ ଅାଉ କିଏ ଦେଉଛନ୍ତି ନାରାବାଜି। କିନ୍ତୁ ସେମାନଙ୍କୁ ନାଲି ଅାଖି ଦେଖାଇଛି ପୁଲିସ। ସଶସ୍ତ୍ର ପୁଲିସ ଏବଂ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ମହିଳାଙ୍କ ମଧ୍ୟରେ ସଂଘର୍ଷ ପରେ ୨୦ରୁ ଅଧିକ ମହିଳାଙ୍କୁ ପୁଲିସ ଅଟକ ରଖିଛି।

P ଅାଣ୍ଡ A ବଟଲର୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ଏଠାରେ ନିର୍ମାଣ କରିବ ବିୟର ଫ୍ୟାକ୍ଟ୍ରି । ଏଥିପାଇଁ କିଛି ରାଜସ୍ୱ ଜମି ସହ ଇଡ୍‌କୋ ପକ୍ଷରୁ ଅାବଶ୍ୟକ ଜମି ପ୍ରଦାନ କରାଯାଇଛି । ଗତ ୩ ତାରିଖରେ ଭିଡ଼ିଓ କନ୍‌ଫରେନ୍ସିଂ ଜରିଅାରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ଦେଇଥିଲେ। ତେବେ ଏତେବଡ଼ କାରଖାନା ହେଉଥିଲେ ବି ପ୍ରଶାସନ, ସ୍ଥାନୀୟ ବାସିନ୍ଦାଙ୍କ ସହ ଅାଲୋଚନା କରିନଥିବା ଅଭିଯୋଗ ହୋଇଛି।

ଏପରିକି ଗଛ ନକାଟିବା ପାଇଁ ଗାଁ ଲୋକଙ୍କ ପକ୍ଷରୁ ହୋଇଥିବା ଅାବେଦନ ଉପରେ ଅାସନ୍ତା ୨୦ ତାରିଖରେ NGTରେ ଶୁଣାଣି ଧାର୍ଯ୍ୟ ହୋଇଛି। ତାପୂର୍ବରୁ କିନ୍ତୁ ଗଛ କାଟି ସଫା କରାଯାଇଥିବା କହିଛନ୍ତି ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା।

ସେପଟେ ବିଧାନସଭାରେ ବିଜେପି ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛି। ତେବେ ଅବକାରୀ ମନ୍ତ୍ରୀଙ୍କ ଅଜବ ଯୁକ୍ତି, କେବଳ ୬ରୁ ୭ଶହ ଗଛ କଟାଯିବ। ପରେ ଦୁଇ ଗୁଣ ଗଛ ଲଗାଯିବ।

ପ୍ରଶ୍ନ ଉଠୁଛି ମଦ ପାଇଁ ଏତେ ଦରଦ କାହିଁକି ? ରାଜ୍ୟ ବାହାରର ଏହି କମ୍ପାନୀ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର ? ସବୁଜିମାକୁ ଧ୍ୱଂସ କରି ରାଜ୍ୟ ସରକାର କେଉଁ ସାମାଜିକ ମଙ୍ଗଳର ସ୍ୱାର୍ଥ କଥା ଚିନ୍ତା କରୁଛନ୍ତି ?

https://youtu.be/IxMXwjvl5-Q

Women-protest-tree-chopping-in-dhenkanal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories