ନିଜ ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କୁ ବିରୋଧ

ବ୍ରହ୍ମଗିରି ( ରବି ନାରାୟଣ ପୂଜାରୀ) : ବ୍ରହ୍ମଗିରିରେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କୁ ବିରୋଧ। ନିଜ ନିର୍ବାଚନମଣ୍ଡଳୀ ବେଣ୍ଟପୁର ପଞ୍ଚାୟତ ବିଜିପୁର ଗାଁରେ ବିରୋଧ କରି ସଂଜୟଙ୍କ ବାଟ ଓଗାଳିଲେ ମହିଳା। ପ୍ରଚାର ଶୋଭାଯାତ୍ରାରେ ଯାଉଥିବା ବେଳେ ମହିଳାମାନେ ଚିଟ୍‌ଫଣ୍ଡ ଟଙ୍କା କେବେ ମିଳିବ ବୋଲି ପ୍ରଶ୍ନ କରି ସଂଜୟଙ୍କ ବାଟ ଓଗାଳିଳିଛନ୍ତି।

ବିଜେଡି କର୍ମୀଙ୍କ ସହ ମହିଳାଙ୍କ ଧସ୍ତାଧସ୍ତି ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

You might also like