ଝାଡୁ ଧରି ମହିଳାଙ୍କ ବିକ୍ଷୋଭ

ଚୋରା ମଦ ବିକ୍ରିକୁ ବିରୋଧ

ବାଲେଶ୍ୱର : ଗାଁରେ ବିକ୍ରି ହେଉଛି ଦେଶୀ ମଦ। ଏହାର ବିକ୍ରି ବନ୍ଦ ନିମନ୍ତେ ଦୀର୍ଘ ଦିନର ଦାବି ସତ୍ତ୍ୱେ କୌଣସି ପଦେକ୍ଷପ ନେଉନି ପୁଲିସ, ଅବକାରୀ ବିଭାଗ। ଶେଷରେ ଏଥିରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଲେ ମହିଳାମାନେ। ସେମାନ ହାତରେ ଝାଡୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମଦ ବିକ୍ରି ବନ୍ଦ ଦାବି କରିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ସଦର ବ୍ଲକ ଅଧୀନ କୁଡ଼ଇା ଗାଁର ମହିଳାମାନଙ୍କୁ ଜିଲାପାଳ ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି।

ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ  କରାଯାଇଛି । ମଦ ବିକ୍ରି ହେତୁ ପରିବାରରେ ସବୁ ବେଳେ ଅଶାନ୍ତି, କଳହ ଲାଗି ରହୁଛି। ଅବକାରୀ ବିଭାଗ,ପୋଲିସ ସହ ଆଲୋଚନା କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ।

You might also like