‘ଗଣଦୁଷ୍କର୍ମ ତଦନ୍ତ କରୁନୁ’

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଆଜି ରାଜ୍ୟ ମହିଳା କମିଶନ୍‌ଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ। କମିଶନ୍‌ଙ୍କ ନିର୍ଦ୍ଦେଶ ମୁତାବକ ଆଜି ନିର୍ଦ୍ଧାରିତ ସମୟରେ ଓଟିଭି ଏମ୍‌ଡିଙ୍କ ପ୍ରତିନିଧି ସମସ୍ତ କାଗଜପତ୍ର ଦାଖଲ କରିଥିଲେ। ଏସବୁ ନଥିପତ୍ରକୁ ମହିଳା କମିଶନଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର କମିଟି ଯାଞ୍ଚ କରିବ। ଯାଞ୍ଚ ପରେ ମାମଲାର ଶୁଣାଣି ଲାଗି ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହେବ ବୋଲି କହିଛନ୍ତି ମହିଳା କମିଶନ୍ ଅଧ୍ୟକ୍ଷା ମୀନତି ବେହେରା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଟିଭି ପକ୍ଷରୁ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରାଯାଉଛି। କମିଶନ୍ ଅଧ୍ୟକ୍ଷା ଏହା ବି ସ୍ପଷ୍ଟ କରିଛନ୍ତି ଯେ, ମହିଳା କମିଶନ୍‌ରେ କେବଳ ସଂପୃକ୍ତ ମହିଳାଙ୍କୁ କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ଅଭିଯୋଗ ସଂପର୍କିତ ଶୁଣାଣି ହେଉଛି। ତାଙ୍କ ନାବାଳିକା ଝିଅଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲା ସହିତ ଏହାର କୌଣସି ସଂପର୍କ ନାହିଁ। ଅନ୍ୟପକ୍ଷରେ ମାମଲା ସଂପର୍କରେ କମିଶନରେଟ୍ ପୋଲିସ୍‌କୁ ମଗାଯାଇଥିବା ତଦନ୍ତ ରିପୋର୍ଟ ଏଯାଏଁ ହସ୍ତଗତ ହୋଇନାହିଁ। ଏନେଇ ପୋଲିସ୍‌କୁ ଏକ ରିମାଇଣ୍ଡର ନୋଟିସ୍ ଦିଆଯାଇଥିବା କମିଶନ୍ ଅଧ୍ୟକ୍ଷା କହିଛନ୍ତି।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like