ମଦ କାରବାରକୁ ବିରୋଧ କରି ତାତିଲେ ମହିଳା

ହୋଟେଲରେ ବ୍ୟାପକ ଭଙ୍ଗାରୁଜା, ଜାଳିଦେଲେ ବିପୁଳ ମଦ

ସୋର (ଶଶିକାନ୍ତ ବେହେରା): ତାତିଲେ ମହିଳା। ହୋଟେଲ ଭିତରେ ମଦ ବୋତଲ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଅନ୍ୟ ଏକ ଘଟଣାରେ ଅବକାରୀ ବିଭାଗ ଆଜି ୧୪,୦୦ ଲିଟର ସ୍ପିରିଟ୍ ଜବତ କରିଛି। ମାତ୍ର ସ୍ପିରିଟ୍ ରଖିବା ଘର ମାଲିକ ଫେରାର ହୋଇଯାଇଛି।

ଖଇରା ଥାନା କୋଚିଆକୋଇଲି ଠାରେ ଏକ ହୋଟେଲ ଦୀର୍ଘ ଦିନ ଧରି ବେଆଇନ୍ ଭାବେ ମଦ କାରବାର ହେଉଥିଲା। ଯାହାଫଳରେ ଉକ୍ତ ଅଞ୍ଚଳରେ ନାନା ବିଶୃଙ୍ଖଳା ସୃଷ୍ଟି ହେଉଥିଲା। ଏନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଏପରି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ମନ ବିକ୍ରି ନକରିବା ପାଇଁ ହୋଟେଲ୍ ମାଲିକଙ୍କୁ ଅନୁରୋଧ କରିଥିଲେ। ମାତ୍ର ହୋଟେଲ୍ ମାଲିକ ମହିଳାଙ୍କ କଥା ନମାନି ମନଇଚ୍ଛା ମଦ କାରବାର କରୁଥିଲା।

ଯାହାକୁ ବିରୋଧ କରି ଆଜି ମା’ ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଲସା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ହୋଟେଲରେ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ଫ୍ରିଜରେ ଥିବା ମଦ ଓ ଆସବାବପତ୍ର ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଥିଲେ। ମହିଳାମାନେ ହୋଟେଲ୍ରେ ଥିବା କର୍ମଚାରୀଙ୍କୁ ପିଟିଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖଇରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଅନ୍ୟ ଏକ ଘଟଣା କ୍ରମେ ସୋର ଥାନା ମାଟିଆପଲ୍ଲା ଗାଁରେ ଜଣଙ୍କ ଘରେ ଅବକାରୀ ବିଭାଗ ଚଢ଼ଉ କରି ୧୪,୦୦ ଲିଟର ସ୍ପିରିଟ୍ ଜବତ କରିଛି। ଏହି ସ୍ପିରିଟ୍ କେଉଁ ଉଦ୍ଦେଶ୍ୟରେ ଘରେ ରଖାଯାଥିଲା, ତାହା ଜଣାପଡ଼ି ନାହିଁ। ଅବକାରୀ ବିଭାଗର କର୍ମଚାରୀଙ୍କୁ ଦେଖି ଘର ମାଲିକ ଫେରାର ହୋଇଯାଇଛି।

ଆହୁରି ପଢ଼ନ୍ତୁ

ପାଟକୁରା ନିର୍ବାଚନ ଫଳାଫଳ: ୧୨ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ବାହୁଡ଼ା ପରେ ଆଜି ହେବ ମହାପ୍ରଭୁଙ୍କର ପ୍ରଥମ ବନକଲାଗି

ପାଟକୁରା ନିର୍ବାଚନ ଫଳାଫଳ: ୧୦ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ପାଟକୁରା ନିର୍ବାଚନ ଫଳାଫଳ: ୫ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

କଟକରେ ଫୁଟିଲା ବୋମା

୨୪ ଘଣ୍ଟା ମଧ୍ୟରେ କଟକରେ ଡବଲ୍‌ ମର୍ଡର

ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ଆରମ୍ଭ ହେଲା ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗଣତି

ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ

କୋଇଲା ଖଣିରେ ଅଘଟଣ: ମାଟି ଧସି ୧୦ ଶ୍ରମିକ ଆହତ

ଛୁଟିରେ ଗଲେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ

ମହିଳାଙ୍କ ପ୍ରତି ହିଂସା ପ୍ରତିବାଦରେ ବୁଧବାର କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

You might also like