ମଦବିକ୍ରିକୁ ମହିଳାଙ୍କ ବିରୋଧ, ଫିଙ୍ଗିଦେଲେ ଶହ ଶହ ପାଉଚ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁକୁଡାଙ୍ଗ ଗାଁରେ ମଦବିକ୍ରିକୁ ବିରୋଧ କରି ମହିଳାମାନେ ମଦଭାଟିର ଆସବାବପତ୍ର ଭାଙ୍ଗିବା ସହ ପାଉଚ ଫୋପାଡି ଦେଇଛନ୍ତି। ଉତ୍ତ୍ୟକ୍ତ ମହିଳାମାନେ ମଦଭାଟିରେ ମଧ୍ୟ ନିଆଁ ଲଗାଇଦେଇଥିଲେ। ଗାଁ ନିକଟରେ ମଦଭାଟି ଥିବାରୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ମଦଭାଟିକୁ ଉଚ୍ଛେଦ କରିବା ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ। ଆଗାମୀ ଦିନରେ ଯଦି ମଦଭାଟି ଉଚ୍ଛେଦ କରା ନଯାଏ ତେବେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like