SCBରେ ଫ୍ୟାନ ଖସିବା ଘଟଣା; ମହିଳା ମୃତ

କଟକ: ଏସସିବି ମେଡିକାଲ ସର୍ଜରୀ ବିଭାଗ ଛାତରୁ ଫ୍ୟାନ ଖସିବା ଘଟଣାରେ ଫ୍ୟାନ ପଡ଼ି ଗୁରୁତର ହୋଇଥିବା ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ବରୀ କୃଷ୍ଣନଗର ଅଞ୍ଚଳର ୭୫ ବର୍ଷିୟା ପାର୍ବତୀ ଦାସ ପୋଡ଼ି ହୋଇ SCBରେ ଭର୍ତ୍ତି ହୋଇଥିଲେ। ଦୁର୍ଘଟଣାବଶତଃ ନିଆଁରେ ପୋଡ଼ି ହୋଇ ପାର୍ବତୀଙ୍କ ଶରରୀର ପ୍ରାୟ ୭୦ ଭାଗ ଜଳି ଯାଇଥିବାରୁ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର ହୋଇଥିଲେ । ତେବେ ଦୁର୍ଭାଗ୍ୟବଶତଃ ଗତ ୮ରେ ସର୍ଜରୀ ବିଭାଗ ଛାତରୁ ଘୁରୁଥିବା ଅବସ୍ଥାରେ ମହିଳାଙ୍କ ଉପରେ ଫ୍ୟାନ ଖସିପଡ଼ିଥିଲା। ତେବେ ଫ୍ୟାନ୍ ପଡ଼ିବା ପରେ ମହିଳା ରୋଗୀ ଜଣକ ଗୁରୁତର ହୋଇ ତାଙ୍କୁ  ICUରେ ଭର୍ତ୍ତି କରାଯାଇଥିଲା।

ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏପରି ଅଘଟଣ ଘଟିଛି ବୋଲି ଗୁରୁତର ମହିଳାଙ୍କ ସମ୍ପକୀୟ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ମାନବାଧତ୍କାର କମିଶନରେ ଅଭିଯୋଗ ହୋଇଥିଲା । SCB କର୍ତ୍ତୃପକ୍ଷଙ୍କ ନିକଟରେ ଓ ମେଡିକାଲ ଫାଣ୍ଡିରେ ମଧ୍ୟ ଏନେଇ ଅଭିଯୋଗ ହୋଇଥିଲା। ତେବେ ଏନେଇ ମଏଡିକାଲ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like