ସ୍ୱାମୀଙ୍କ ପ୍ରେମିକା ଉପରେ ସ୍ତ୍ରୀର ଏସିଡ୍ ମାଡ଼

ରାଉରକେଲା : ସ୍ୱାମୀଙ୍କ ପ୍ରେମିକା ଉପରେ ସ୍ତ୍ରୀର ଏସିଡ୍ ମାଡ଼। ପୀଡ଼ିତା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଅଂଚଳରେ।

ଅଭିଯୋଗ ଅନୁସାରେ, ଏହି ଅଂଚଳର ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିଲା। ଏହାକୁ ତାଙ୍କ ପତ୍ନୀ ବିରୋଧ କରି ଆସୁଥିଲେ। ଆଜି ସଂପୃକ୍ତ ବ୍ୟକ୍ତି ଜଣକ ପ୍ରେମିକାଙ୍କ ସହ ଷ୍ଟେସନ ନିକଟରେ ଛିଡା ହୋଇଥିବାବେଳେ ରାଗରେ ତାଙ୍କ ପତ୍ନୀ ପ୍ରେମିକାଙ୍କ ଉପରକୁ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି।  ପୁଲିସ ଏସିଡ୍ ମାଡ଼ କରିଥିବା ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

 

You might also like