ନିଆଁରେ ପୋଡ଼ି ହୋଇ ଯୁବତୀ ଗୁରୁତର

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବାଉଁଶପାଳ ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ନିଆଁରେ ପୋଡ଼ି ହୋଇ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଧରିତ୍ରୀ। ଉଦଳା ବାଉଁଶପାଳ ଗାଁରେ ଧରିତ୍ରୀଙ୍କ ଘର ବୋଲି ଜଣାପଡ଼ିଛି। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି।

ଗୁରୁତର ଅବସ୍ଥାରେ ଧରିତ୍ରୀଙ୍କୁ ପ୍ରଥମେ ଉଦଳା ଓ ପରେ ବାରିପଦା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଉଦଳା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି।

ଆଜି ଭୋରରେ ଗାଁର ବୀରେନ୍ଦ୍ର ବେହେରାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ସମସ୍ତେ ଶୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରି ନଥିଲେ। ଫଳରେ ନିଆଁ ପୂରା ଘରକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡରେ ବୀରେନ୍ଦ୍ରଙ୍କ ଝିଅ ଧରିତ୍ରୀ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି।

You might also like