ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ତେଲିଗଡ଼ ମୁଣ୍ଡାସାହିରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହରୁ କଦମ ପୂର୍ତିଙ୍କୁ ସ୍ୱାମୀ- ଲକ୍ଷ୍ମଣ ପୂର୍ତି ପଥରରେ ଛେଚି ହତ୍ୟା କରିଛି।

ଘଟଣାରେ ଲକ୍ଷ୍ମଣକୁ ପୁଲିସ ଗିରଫ କରିଛି। ଗତ ରାତିରେ କୌଣସି କାରଣରୁ ଲକ୍ଷ୍ମଣ ଓ କଦମଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ପରେ ଲକ୍ଷ୍ମଣ ପଥର ଆଣି କଦମଙ୍କ ମୁଣ୍ଡକୁ ଛେଚି ଦେବାରୁ ଘଟଣାସ୍ଥଳରେ କଦମଙ୍କର ମୃତ୍ୟୁ ହୋଇଥିଲା।

 

You might also like