ପାରିବାରିକ କଳହର କରୁଣ ପରିଣତି: ଦୁଇ ଛୁଆଙ୍କ ଦେହରେ ନିଆଁ ଲଗାଇ ମା’ଙ୍କ ଆତ୍ମାହୁତି ଉଦ୍ୟମ

ପଟ୍ଟାମୁଣ୍ଡାଇ: ଦୁଇ ପୁଅଙ୍କୁ କିରୋସିନି ଢାଳି ଜାଳିବା ସହ ନିଜେ ଆତ୍ମାହୁତି ଉଦ୍ୟମ କଲେ ମା’। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ଭୋପାଳ ଗାଁରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।

ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ପୁଅ ଓ ମା’ଙ୍କୁ  ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ବଡ ପୁଅ(୮ ବର୍ଷ)  ଓ ମା’ ଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ସାନ ପୁଅ(୩ ବର୍ଷ) ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।

ପାରିବାରିକ କଳହକୁ ନେଇ ଗତକାଲି ବିଳମ୍ବିତ ରାତ୍ରିରେ ଘର କବାଟ ଦେଇ ନିଆଁ ଲଗାଇ ଥିଲେ ସମ୍ପୃକ୍ତ ମହିଳା ଜଣକ। ବଡ଼ ପୁଅର ଚିତ୍କାର ଶୁଣି ଘରର ଅନ୍ୟ ସଦସ୍ୟ ଏବଂ ପଡୋଶୀ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ପୁଲିସ୍ ଘଟଣାସ୍ଥଳରେ‌ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

You might also like