ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ସରପଞ୍ଚ

କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ସରପଞ୍ଚ ରଇଲା ମାଝୀ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଛନ୍ତି। ଅଧିକ ପଚରାଉଚରା ପାଇଁ ତାଙ୍କୁ ଜୟପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।

ସୂଚନା ଅନୁଯାୟୀ, ଏକ ଗାଁ ପୋଖରୀ କାମର ୱାର୍କ ଅର୍ଡର ଦେବା ପାଇଁ ରଇଲା ମୁଜାଙ୍ଗ ପଞ୍ଚାୟତର ଭକ୍ତଗୁଡା ଗାଁର ଗଙ୍ଗାଧର ସାଉନ୍ତାଙ୍କଠାରୁ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଗଙ୍ଗାଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ସକାଳେ କୋରାପୁଟ ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ସେମିଳିଗୁଡା ବ୍ଲକ ଭେଜାପୁଟ ସ୍ଥିତ ଭଡ଼ା ଘରେ ରଇଲା, ଗଙ୍ଗାଧରଙ୍କ ନିକଟରୁ  ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ।

You might also like