ମହିଳା ସରପଞ୍ଚଙ୍କ ଦବଙ୍ଗଗିରି: ଖବର ସଂଗ୍ରହ କରିବାବେଳେ ସାମ୍ବାଦିକଙ୍କୁ ଆକ୍ରମଣ

ବଲାଙ୍ଗିର: ମହିଳା ସରପଞ୍ଚଙ୍କ ଦବଙ୍ଗଗିରି। ଖବର ସଂଗ୍ରହ କରିବାବେଳେ ସାମ୍ବାଦିକଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କଲେ ମହିଳା ସରପଞ୍ଚ। ଏହାସହ କ୍ୟାମେରା ଭଙ୍ଗାରୁଜା କରିଛନ୍ତି ମହିଳା ସରପଞ୍ଚ।

ବଲାଙ୍ଗିର ଜିଲ୍ଲା ତୁରେକେଲା ଝରଣୀ ପଞ୍ଚାୟତର ସରପଞ୍ଚ ଓ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ରାମୋଡ଼ ଗାଁରେ ମନରେଗା ଦୁର୍ନୀତି ସଂପର୍କରେ ଅଭିଯୋଗ ଆସିଥିଲା। କ୍ଵାରେଣ୍ଟିନରେ ଥିବା ଶ୍ରମିକଙ୍କୁ ମନରେଗା ଯୋଜନାରେ କାମ କରାଇଥିଲେ ବି ପାରିଶ୍ରମିକ ଦିଆଯାଇ ନଥିଲା।

ଏନେଇ ଖବର ସଂଗ୍ରହ ପାଇଁ କଣ୍ଟାବାଞ୍ଜି ଓଟିଭି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀ ପଞ୍ଚାୟତକୁ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ସରପଞ୍ଚ ପ୍ରେମଲତା ମେହେର ଓ ତାଙ୍କ ସ୍ଵାମୀ ନରେନ୍ଦ୍ର ମେହେର ଓଟିଭି ପ୍ରତିନିଧିଙ୍କୁ ଆକ୍ରମଣ କରିଛନ୍ତି।

You might also like