ଟାର୍ଗେଟ୍‌ରେ ଥିଲା ପୁଅ, ରକ୍ଷା କବଚ ସାଜିଲେ ମା’

ରାଉଲକେଲା: ଟାର୍ଗେଟ୍‌ରେ ଥିଲା ପୁଅ କିନ୍ତୁ ରକ୍ଷା କବଚ ସାଜିଲେ ମା। ପୁଅକୁ ଗୁଳିମାଡ଼ କରାଯାଇଥିଲା କିନ୍ତୁ ଆଗରେ ରହିଗଲେ ମା। ମାଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ରାଉଲକେଲା ସହରରେ। ପ୍ରକାଶ ପ୍ରସାଦ ନାମକ ସୁନା ବେପାରୀ ତାଙ୍କ ମାଙ୍କ ସହିତ ରାଉରକେଲାରୁ ସିଂ ଟୋଲା ଘରକୁ ଫେରୁଥିଲେ। ରାଉରକେଲା ସହରର ବ୍ରହ୍ମାଣୀ ତରଙ୍ଗ ଥାନା ଅନ୍ତର୍ଗତ ସିଂ ଟୋଲାରେ ହଠାତ୍ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିଟି ପ୍ରକାଶଙ୍କ ମାଆ ଙ୍କ ପିଠିରେ ବାଜିଛି।

ଏକ ବାଇକ୍‌ରେ ତିନି ଜଣ ଯୁବକ ଆସି ଗୁଳିମାଡ଼ କରିଥିବା ପ୍ରକାଶ ପ୍ରସାଦ କହିଛନ୍ତି। ବ୍ରାହ୍ମଣୀ ତରଂଗ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛିl ଟାର୍ଗେଟରେ ଥିଲେ ପୁଅ, ଭୁଲବଶତଃ ମା ଆଗରେ ରହିଯିବାରୁ ତାଙ୍କ ଦେହରେ ଗୁଳି ବାଜିଥିବା ଅନୁମାନ କରାଯାଉଛି।

You might also like