ଆଖିରେ ଆଖିଏ ଲୁହ : ଚାରି ବର୍ଷ ପରେ ହଜି ଯାଇଥିବା ପତ୍ନୀକୁ ଫେରିପାଇଲା ସ୍ୱାମୀ

  • ୪ ବର୍ଷ ପରେ ମହିଳାଙ୍କୁ ଫେରି ପାଇଲେ ପରିବାର
  • ବ୍ରହ୍ମପୁର ଆସି ଅହମ୍ମଦାବାଦକୁ ଫେରାଇ ନେଲେ
  • ମାନସିକ ସ୍ଥିତି ହରାଇ ଚାଲିଆସିଥିଲେ ଓଡ଼ିଶା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚାରି ବର୍ଷ ପରେ ହଜି ଯାଇଥିବା ମାଆକୁ ଫେରି ପାଇଲା ପୁଅ, ପତ୍ନୀକୁ ପୁଣି ଦେଖିଲା ସ୍ୱାମୀ । ଗୁଜରାଟର ଅହମ୍ମଦାବାଦରେ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରିଛନ୍ତି ତାଙ୍କ ପରିବାର ଲୋକେ । ମହିଳାଙ୍କୁ ଫେରି ପାଇବା ପରେ ପୁଣିଥରେ ନିଜ ଘରକୁ ଫେରାଇ ନେଇଯାଇଛନ୍ତି । ବ୍ରହ୍ମପୁରର ମିଶନାରିଜ୍ ଅଫ୍ ଚାରିଟିରେ ରହିଥିବା ମହିଳାଙ୍କୁ ଏକ ଏନଜିଓ ସହାୟତାରେ ନିଜ ଘରକୁ ଫେରିଛନ୍ତି ।

ତେବେ ଦୀର୍ଘ ବର୍ଷ ପରେ ନିଜ ସମ୍ପର୍କୀୟଙ୍କୁ ପାଇ ଛଳଛଳ ହୋଇଯାଉଛି ସମସ୍ତଙ୍କ ଆଖି । ଦୁଅ ପୁଅ, ସ୍ୱାମୀ ଓ ପରିଜନ ସମସ୍ତଙ୍କ ଆଖିରୁ ଲୁହ ଝରି ଆସୁଛି । ମହିଳାଙ୍କୁ ଘରକୁ ଫେରାଇ ନେବାକୁ ସମେସ୍ତେ ଆସିଛନ୍ତି ।  ନିଜ ଘରକୁ ୪ ବର୍ଷ ପୂର୍ବେ ଗୁଜରାଟ ଅହମ୍ମଦାବାଦରୁ ନିଖୋଜ ହୋଇଯାଇଥିଲେ ମହିଳା ଜଣକ । ଏବେ ବ୍ରହ୍ମପୁରରେ ଥିବା ମିଶନାରିଜ୍ ଅଫ୍ ଚାରିଟିରେ ଥିବା ଖବର ପାଇ ପରିବାର ଲୋକେ ତାଙ୍କୁ ନେବାକୁ ଆସିଛନ୍ତି  । ଅହମ୍ମଦାବାଦରେ ଅଟୋ ଚଳାଉଥିବା ବିନଦାସଙ୍କ ସ୍ତ୍ରୀ ମାନସିକ ରୋଗରେ ଆକ୍ରାନ୍ତ ଥିଲେ । ମହାରାଷ୍ଟ୍ର ସମ୍ପର୍କୀୟଙ୍କ ଘରକୁ ଯିବାକୁ ଜିଦ୍ ଧରି କେଉଁଆଡେ ଚାଲିଯାଇଥିଲେ । ତେବେ ମହିଳାଙ୍କ ନିଖୋଜ ନେଇ ପରିବାର ଲୋକେ ଖୋଜାଖୋଜି କରିବା ସହ ଥାନାରେ ଏତଲା ମଧ୍ୟ ଦେଇଥିଲେ । ହେଲେ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ କେଉଁଠୁ ମଧ୍ୟ ପାଇଲେ ନାହିଁ।  ୪ ବର୍ଷ ପରେ ଏବେ ବ୍ରହ୍ମପୁର ଥିବା ଖବର ମିଳିବା ପରେ ମହିଳାଙ୍କୁ ନେବାକୁ ଆସିଛନ୍ତି ପୁରା ପରିବାର ।

ମହିଳା ଜଣକ ୨୦୧୭ ମସିହାରେ ଏକ ଦୁର୍ଘଟଣାର ଶିକାର ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଚିକିତ୍ସା ପରେ କେହି ନେବାକୁ ନଆସିବାରୁ ମେଡିକାଲ କର୍ତ୍ତୃପକ୍ଷ ଏନଜିଡ଼ ସହାୟତାରେ ବ୍ରହ୍ମପୁର ବୈକୁଣ୍ଠନଗରରେ ଥିବା ମିଶନରିଜ୍ ଅଫ୍ ଚାରିଟି ନାମକ ସଂସ୍ଥାରେ ରଖିଥିଲେ ।  ଦୀର୍ଘ ୪ ବର୍ଷ ଧରି ଚିକିତ୍ସା ପରେ ସେ ନିଜର ଠିକଣା କହିବାକୁ ସମର୍ଥ ହୋଇଥିଲେ । ଏହାପରେ ପରିଚୟ ନାମକ ଏକ ଏନଜିଓ ସହାୟତାରେ ମହିଳାଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ କରାଯାଇଥିଲା । ମାନସିକ ଭାବେ ଦୁର୍ବଳ ମହିଳା ଜଣଙ୍କୁ ବିଭିନ୍ନ ପ୍ରକାର ଚିକିତ୍ସା ପରେ ସେ ଏବେ ସୁସ୍ଥ ହୋଇଥିବା କହିଛନ୍ତି ମିଶନାରିଜ୍ ଅଫ୍ ଚାରିଟି କର୍ତ୍ତୃପକ୍ଷ  । ମହିଳା ତାଙ୍କ ପରିବାର ଲୋକଙ୍କୁ ଫେରି ପାଇଥିବାରୁ ସେ ବେଶ ଖୁସି ଥିବା ସହ ସପରିବାର ଅହମ୍ମଦାବାଦ ଫେରିଛନ୍ତି ।

 

 

ଆହୁରି ପଢନ୍ତୁ : ଦ୍ୱିତୀୟ ବିବାହ ଯୋଜନା କରୁଥିବା ବେଳେ ପହଞ୍ଚିଗଲେ ସ୍ତ୍ରୀ , ଘଟଣାସ୍ଥଳରୁ ଚମ୍ପଟ ମାରିଲା ସ୍ୱାମୀ

You might also like