ଛାତ୍ରଙ୍କୁ ଖୋଜୁଥିଲେ, ମହିଳା ମିଳିଲେ

ଭୁବନେଶ୍ୱର: କୁଆଖାଇ ନଦୀରେ ନିଖୋଜ  ଛାତ୍ରଙ୍କୁ ଖୋଜୁଥିବା ବେଳେ ଜଣେ ଭାସି ଯାଉଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ କର୍ମଚାରୀ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି।

ଆତ୍ମହତ୍ୟା ପାଇଁ ମହିଳା ଜଣକ କୁଆଖାଇ ବ୍ରିଜ୍ ଉପରକୁ ନଦୀକୁ ଡେଇଁଥିବା ସୂଚନା ମିଳିଛି।

ସୂଚନା ଥାଉ କି, ଆଜି ୬ଜଣ ଛାତ୍ର କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ୨ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ଜଣଙ୍କୁ ଉଦ୍ଧାର କରିଥିଲେ। ୨ ଛାତ୍ର ୟୁନିଟ-୯ ବାଳକ ହାଇସ୍କୁଲର ନବମ ଶ୍ରେଣୀରେ ପଢ଼ନ୍ତି। ସେମାନେ ହେଲେ ଜଗମୋହନ ସାହୁ ଓ ସାଥିକ ଦିଗଲ୍‌।

You might also like