ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଅଭିଯୁକ୍ତ ରମେଶ ସିଂଙ୍କୁ ଗିରଫ କଲା ଔପଦା ପୁଲିସ୍
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଂଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତି ହେଲେ ପାଇକପଡ଼ା ଗାଁର ରମେଶ ସିଂ। କିଛି ଦିନ ପୂର୍ବରୁ ମହିଳା ଜଣକ ଚାଷ କାମ ପାଇଁ ବିଲକୁ ଯାଉଥିବାବେଳେ ଅଭିଯୁକ୍ତ ରମେଶ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଲୋକଲଜ୍ଜା ଦୃଷ୍ଟିରୁ ମହିଳା ଜଣକ ଏହା କାହାକୁ କହିନଥିଲେ। ତେବେ ଶନିବାର ବିଳମ୍ବିତ ରାତିରେ ପୁଣିଥରେ ମହିଳାଙ୍କ ଘରକୁ ଯାଇ ଅଭିଯୁକ୍ତ ରମେଶ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳା ଜଣକ ପାଟି କରିବାରୁ ଅଭିଯୁକ୍ତ ରମେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏ ନେଇ ମହିଳା ଜଣକ ଔପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି।