ବିଧାନସଭା ଫାଟକ ଆଗରେ ମହିଳାଙ୍କ ପ୍ରତିବାଦ

ଭୁବନେଶ୍ୱର: ବିଧାନସଭା ମୁଖ୍ୟ ଫାଟକ ନିକଟରେ ଜଣେ ମହିଳା ପ୍ରତିବାଦ କରିଛନ୍ତି। ବିଧାନସଭା ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ପୁଲିସ୍‌କୁ ଚକ୍‌ମା ଦେଖାଇ ମହିଳା ଜଣକ ଆଜି ବିଧାନସଭାର ମୁଖ୍ୟ ଫାଟକ ଆଗକୁ ପଳାଇ ଆସିଥିଲେ।

ବିବାହ ଓ ଚାକିରି ନାଁରେ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ପୁଲିସ୍‌ରେ ଅଭିଯୋଗ କରିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ମହିଳା ଜଣକ କହିଛନ୍ତି।  ଏଥିପାଇଁ ସେ ନେତା, ମନ୍ତ୍ରୀଙ୍କୁ ଜଣାଇବା ଲାଗି ବିଧାନସଭା ଆସିଥିଲେ ବୋଲି ମହିଳା ଜଣକ କହିଛନ୍ତି। ଏପରିକି ସେ ପୁଲିସ୍‌ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି।  ପୁଲିସ୍‌ ମହିଳା ଜଣଙ୍କୁ ଫାଟକ ଆଗରୁ ନେଇ ଅଟକ ରଖିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ମହିଳାଙ୍କ ଅଭିଯୋଗକୁ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

You might also like