ପରକୀୟା ପ୍ରୀତିରୁ ଅାତ୍ମହତ୍ୟା ନା ସୁଚିନ୍ତିତ ହତ୍ୟାକାଣ୍ଡ?

ମହିଳାଙ୍କ ସ୍ୱାମୀ କହିଲେ ପରକୀୟା ପ୍ରୀତିର ପରିଣାମ

କଟକ  : ପରକୀୟା ପ୍ରୀତିରୁ ଅାତ୍ମହତ୍ୟା ନା ସୁଚିନ୍ତିତ ହତ୍ୟାକାଣ୍ଡ। କଟକ ସାଲେପୁର ଥାନା ଖଣ୍ଡଗାଁର ଏକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳା ଓ ସଂପର୍କୀୟ ଦିଅରଙ୍କ ମୃତ ଦେହ ମିଳିବା ପରେ ଏବେ ଗାଁରେ ଚର୍ଚ୍ଚା।  ବୁଧବାର ରାତିରେ ଗାଁର କ୍ଷୀରୋଦ ବେହେରାଙ୍କ ଘରକୁ ପଡ଼ୋଶୀ ଭଞ୍ଜ ପାତ୍ର ଯାଇଥିଲେ। ଏହି ସମୟରେ କ୍ଷୀରୋଦ ସ୍ତ୍ରୀ ତୁଳସୀ ଓ ଭଞ୍ଜଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖି ବାହାରୁ କବାଟ ଦେଇ ତାଲା ପକାଇ ଦେଇଥିଲେ।

ଏନେଇ ଗାଁର ସମସ୍ତଙ୍କୁ ଜଣାଇବା ସହ ପୁଲିସକୁ ମଧ୍ୟ ଖବର ଦେଇଥିଲେ। ପୁଲିସ ଅାସି କବାଟ ଖୋଲିବା ପରେ ଫ୍ୟାନରେ ଦୁଇ ଜଣଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ମୃତ ଭଞ୍ଜ ପାତ୍ରଙ୍କ ପରିବାର ଏହାକୁ ଏକ ହତ୍ୟାକାଣ୍ଡ ବୋଲି  ଅଭିଯୋଗ କରିଛନ୍ତି। ସେପଟେ ପରକୀୟା ପ୍ରୀତି ଯୋଗୁଁ ଉଭୟେ ଅାତ୍ମହତ୍ୟା କରିଛନ୍ତି ବୋଲି ତୁଳସୀର ସ୍ୱାମୀ କ୍ଷୀରୋଦ କହିଛନ୍ତି।

ସଂପର୍କୀୟ ଭାଉଜ ଓ ଦିଅରଙ୍କ ମୃତ ଦେହ ଉଦ୍ଧାର କରିବା ପରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଯାଞ୍ଚ ଅାରମ୍ଭ କରିଛି। ଏହା ବ୍ୟତୀତ ଘଟଣା ସ୍ଥଳରୁ ପୁଲିସ ଏକ ଚିଠି ଜବତ କରିଛି। ଯେଉଁଥିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଯାଇଛି।

ଲୋକଲଜ୍ଜା ସହିନପାରି ଭାଉଜ ଓ ସଂପର୍କୀୟା ଦିଅର ଅାତ୍ମହତ୍ୟା କରିଛନ୍ତି ନାଁ ସେମାନଙ୍କୁ ହତ୍ୟା କରାଯାଇଛି। ପୁଲିସର ତଦନ୍ତ ପରେ ପ୍ରକୃତ ରହସ୍ୟ ପଦାକୁ ଅାସିବ।

You might also like