ଗାଡି ସର୍ଭିସିଂ କରି ପରିବାର ଚଳାଉଛନ୍ତି ଏହି ମହିଳା

କଟକ : କଟକର ସମ୍ମୁ ବିଓ୍ୱି  । ପରିବାର ପ୍ରତିପୋଷଣ କରି ସ୍ୱାବଲମ୍ବୀ ହେବା ସହ ସମାଜ ପାଇଁ ପାଲଟିଛନ୍ତି ଉଦାହରଣ । କେବଳ ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ତା ନୁହଁ, ଅନ୍ୟ ଦୁଇଜଣଙ୍କୁ ରୋଜଗାରର ରାସ୍ତା ମଧ୍ୟ ଦେଖାଇଛନ୍ତି। ଦୃଢ ଇଚ୍ଛାଶକ୍ତି ବଳରେ ପାଇଛନ୍ତି ବଞ୍ଚିବାର ରାହା ।

କାର ଧୋଉଥିବା ଏହି ମହିଳା ଜଣକ ହେଉଛନ୍ତି କଟକର ସମ୍ମୁ ବିଓ୍ୱି। ରାଣୀହାଟ ତାଳଦଣ୍ଡା କେନାଲ କଡ଼ରେ ନିଜର ଏକ ସର୍ଭିସ ସେଣ୍ଟର କରି ଦୀର୍ଘ ୨୦ ବର୍ଷ ହେବ ସେ ଗାଡ଼ି ଧୋଉଛନ୍ତି।  ଏଥିରେ ଯାହା ରୋଜଗାର ହେଉଛି ସେଥିରେ ଚଳୁଛି ତାଙ୍କର ତେଲ ଲୁଣର ସଂସାର।

ପରିବାର କହିଲେ ତାଙ୍କ ସହ ଝିଅ ଓ ଗୋଟିଏ ନାତି।  ସ୍ୱାମୀ ଆରପାରିକି ଚାଲିଯିବା ପରେ ପ୍ରଥମେ ଘରକୁ ଘର ବୁଲି ଶାଢୀ ବିକ୍ରିକରି ପେଟ ପୋଷୁଥିଲେ । ତେବେ ଏହି ବ୍ୟବସାୟ ତାଙ୍କୁ ସୁହାଇନଥିଲା । ଏହା ପରେ ସେ ଚା ଦୋକାନ ପରେ ଏକ ତେଜରାତି ଦୋକାନ କରି ମଧ୍ୟ ପେଟ ପୋଷିବାକୁ ପ୍ରୟାସ କରିଥିଲେ । ତେବେ ଏଥିରେ ମଧ୍ୟ ସେତେଟା ଅର୍ଥ ଉପାର୍ଜନ କରି ପାରିନଥିଲେ। ଶେଷରେ ବାଇକ୍ ଏବଂ କାର ସର୍ଭିସିଂ ସେଣ୍ଟର ଆରମ୍ଭ କରିଥିଲେ ସେ।

ସମ୍ମୁ ସର୍ଭିସ ସେଣ୍ଟର ଦ୍ୱାରା ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ୨ ଜଣଙ୍କୁ ଏଥଇରେ ନିୟୋଜିତ କରିଛନ୍ତି।  ବାଇକ ପିଛା ୪୦ଟଙ୍କା ଏବଂ ୪ ଚକିଆ ଧୋଇବା ପାଇଁ ଶହେ ଟଙ୍କା ପାରିଶ୍ରମିକ ମିଳୁଛି। କିରୋସିନ, ସର୍ଫ ଏବଂ ପାଣି ଦେଇ ଗାଡ଼ିକୁ ବେଶ ଭଲ ଭାବେ ସଫା କରନ୍ତି ସମ୍ମୁ।  ଏମିତିକି ଗ୍ରାହକ ମଧ୍ୟ ସମ୍ମୁଙ୍କ କାମରେ ବେଶ୍ ସନ୍ତୁ୍ଷ୍ଟ।  ପୂର୍ବ ଅପେକ୍ଷା ସମ୍ମୁ ନିଜ ପରିଶ୍ରମ ବଳରେ ଭଲ ଦୁଇ ପଇସା ରୋଜଗାର କରୁଥିବା କହିଛନ୍ତି ସ୍ଥାନୀୟ ଲୋକେ।

ଦେଖନ୍ତୁ ଭିଡ଼ିଓ : 

You might also like