ସୁବର୍ଣ୍ଣପୁର: ଘର କାମ କରୁଥିବା ବେଳେ ଜଣେ ମହିଳାଙ୍କୁ ନିମର୍ମ ଭାବେ ହତ୍ୟା କରାଯାଇଛି। ତାଙ୍କୁ ପଛ ପଟୁ ଟାଙ୍ଗିଆ ଆକ୍ରମଣ କରାଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ମହିଳା ।ଆଜି ସକାଳେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ରାଏପାଲି ଗାଁରେ ା
ମୃତ ମହିଳାଙ୍କ ନାମ ଲକ୍ଷ୍ମୀ ବାରିକ। ୫୦ ବର୍ଷ ବୟସ୍କ ଲକ୍ଷ୍ମୀଙ୍କୁ କିଏ ଓ କାହିଁକି ହତ୍ୟା କରାଯାଇଛି ଜଣା ପଡ଼ିନାହିଁ। ତେବେ ଅଜଣା ଦୁର୍ବୃତ୍ତ କେହି ଧାରୁଆ ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।
ଘଟଣାସ୍ଥଳରେ ଲଚ୍ଛିପୁର ପୋଲିସ୍ ପହଞ୍ଚି ଖୋଳତାଡ଼ କରୁଛି।