ମାଲକାନଗିରି: ମାଲକାନଗିରି ପୁଲିସ ଓ ବିଏସଏଫ୍ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ନଇନା ଖିଲ। ୨୦୧୬ରୁ ସେ ଗୁମ୍ମା ଏରିଆ କମିଟି ସଦସ୍ୟ ଭାବେ ମାଓ ସଂଗଠନରେ କାମ କରୁଥିଲେ।
ତାଙ୍କୁ ଧରାଇ ଦେବାପାଇଁ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ମହିଳା ମାଓବାଦୀଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ଓ ନିରୀହ ଆଦିବାସୀଙ୍କୁ ହତ୍ୟା କରାଯାଉଥିବାରୁ ନଇନା ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି।
୨୦୧୬ ଅକ୍ଟୋବର ୨୪ରେ ରାମାଗୁଡ଼ାରେ ପୁଲିସ୍ ଉପରେ ଆକ୍ରମଣ, ୨୦୧୭ ଡିସେମ୍ବରରେ ଟିକ୍ରିପଡ଼ା ପୁଲିସ୍ ଉପରେ ଆକ୍ରମଣ ମାମଲାରେ ନଇନା ସାମିଲ ଥିଲା। ଏହାସହ ବଣ୍ଡା ଘାଟିରେ ରାସ୍ତା କାମ ଚାଲୁଥିବା ସମୟରେ ବିଭିନ୍ନ ଯାନବାହନ ପୋଡ଼ିଦେବା ଭଳି ଅନେକ ହିଂସାକାଣ୍ଡରେ ସେ ସମ୍ପୃକ୍ତ ଥିବା ପୁଲିସ୍ କହିଛି।