ଅଚିହ୍ନା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ

କାମାକ୍ଷାନଗର ( ରାକେଶ ଦେହୁରୀ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅଚିହ୍ନା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ। କଙ୍କଡ଼ାହାଡ଼ ଥାନା ଆମ୍ବତଇଲା ଗାଁ ପାଖ ବିଲରେ ମହିଳାଙ୍କ ମୃତଦେହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିରହିଛି।

ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ତେବେ ମୃତ ମହିଳାଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ। ସେପଟେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like