ଅଟୋ-ଟ୍ୟାଙ୍କର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ

ରାୟଗଡ଼ା: ଯାତ୍ରୀବାହୀ ଅଟୋ ଓ ଟ୍ୟାଙ୍କର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା। ରାୟଗଡ଼ା ଜିଲ୍ଲା ଜେକେପୁର ନାଇଡ଼ୁପେଟା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ଆମ୍ମା। ତାଙ୍କ ଘର ଝିଞ୍ଜିଲିବାଡ଼ିରେ।

ଗୁରୁତର ଅବସ୍ଥାରେ ଅଟୋ ଡ୍ରାଇଭରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଅଟୋଟି କିଛି ଯାତ୍ରୀଙ୍କୁ ନେଇ ଜେକେପୁରରୁ ରାୟଗଡ଼ା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

You might also like