ଷଣ୍ଢ ଆକ୍ରମଣରେ ମହିଳା ମୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ମାରୁତି ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ଭାବାନୀ ବରାଳ।

ମହିଳା ଜଣକ ସକାଳୁ ସକାଳୁ ଫୁଲ ତୋଳିବାକୁ ଯାଇ ଥିବାବେଳେ ତାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ମହିଳାଙ୍କୁ ଆକ୍ରମଣ କରିଥିବା ଷଣ୍ଢକୁ ବିଏମ୍‌ସି କର୍ମଚାରୀମାନେ କାବୁ କରିଛନ୍ତି।

You might also like