ବିଜୁ ଯୁବ ବାହିନୀ ସଦସ୍ୟ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଭୁବନେଶ୍ୱର: ପୁଣି ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଏଥର ପୁଲିସ ନୁହେଁ, ବିଜୁ ଯୁବ ବାହିନୀ ସଦସ୍ୟ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ସହ ତାଙ୍କ ଗାଡ଼ିର ଡ୍ରାଇଭରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା କରିଲୋପାଟଣା ଗାଁରେ ଖବର ସଂଗ୍ରହ କରୁଥିବା ବେଳେ ଏକ ୱେବ୍ ଚ୍ୟାନେଲର ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ସ୍ଥାନୀୟ ବିଜୁ ଯୁବ ବାହିନୀ ସଦସ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ବିଜେଡି କର୍ମୀ ଟଙ୍କା ବାଣ୍ଟିବା ନେଇ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ନେଉଥିବା ବେଳେ ଆକ୍ରମଣ ହୋଇଥିବା ଜଣାପଡ଼ିଛି।

 

You might also like