• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଖଲ୍ଲିକୋଟ: କ୍ୱାରେଣ୍ଟିନ୍‌ ସେଣ୍ଟରରେ ଜନ୍ମ ହେଲା ଶିଶୁ ପୁତ୍ର। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ଅନ୍ତର୍ଗତ ମର୍ଦ୍ଦକୋଟ ଗାଁ ସ୍ଥିତ ହରିହର ମର୍ଦରାଜ ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି।

ଗତ ୬ଦିନ ତଳେ ମହିଳା ଜଣକ ସୁରତରୁ ଫେରି ସ୍ୱାମୀ ଓ ୨ ଝିଅଙ୍କ ସହ ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗତକାଲି ପ୍ରସବ ବେଦନା ହେବାରୁ ସମ୍ପୃକ୍ତ ମହିଳା ଜଣକ ଏନେଇ ସ୍ଥାନୀୟ ଆଶା କର୍ମୀଙ୍କୁ ଜଣାଇଥିଲେ। ଏହାପରେ ଡାକ୍ତରୀ ଟିମ୍‌ ପହଞ୍ଚି ପ୍ରସବ କରାଇଥିଲେ। ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ଉଭୟଙ୍କୁ ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ପ୍ରସୂତିଙ୍କୁ ସହାୟତା କରିଥିବା ଜଣାପଡ଼ିଛି।

Woman-in-quarantine-centre-in-ganjam-delivers-baby
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories