ସ୍କୁଟିରେ ଯାଉଥିବା ବେଳେ ମା’ପୁଅଙ୍କ ଉପରେ ଚଢ଼ିଗଲା ଗାଡ଼ି

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳା ଓ ତାଙ୍କ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି।

ମହିଳା ଜଣକ ଶିଶୁ ପୁତ୍ରକୁ ନେଇ ସ୍ୱାମୀଙ୍କ ସହ ସ୍କୁଟିରେ ଭଦ୍ରକ ଯାଉଥିବା ବେଳେ ଯାଉଥିବା ବେଳେ ଖନ୍ତାପଡ଼ା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ସେମାନଙ୍କ ସ୍କୁଟିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ମହିଳା ଓ ତାଙ୍କ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଆହୁରି ପଢ଼ନ୍ତୁ

You might also like