ଚିତ୍ର ଆଙ୍କି ରୋଜଗାର ପାଇଲେ ମହିଳା

ଭୁବନେଶ୍ୱର: ଚିତ୍ର ଆଙ୍କି ରୋଜଗାର ପାଇଲେ ମହିଳା। କରୋନା ଲକଡାଉନରେ ସବୁ ଆଡ଼େ କାମ ବନ୍ଦ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ମହିଳା ଓ ପୁରୁଷ ଶ୍ରମିକଙ୍କ ପାଇଁ ଅର୍ବାନ୍ ୱେଜ ଏମ୍ଲୋୟମେଣ୍ଟ ଇନିସିଏଟିଭ୍ ଆରମ୍ଭ କରିବାକୁ ଘୋଷଣା ହୋଇଛି। ଏହାପରେ ଗତ ୨୦ ତାରିଖରୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କାନ୍ଥ ଗୁଡ଼ିକୁ ସୁନ୍ଦର କରିବା କାର୍ଯ୍ୟ ଆରମ୍ଭ ହୋଇଛି।

ବିଏମସି ସମ୍ମୁଖ ଟାଉନ ଥାନାର ଗେଟକୁ ସୁନ୍ଦର କରିବା ସହ କାନ୍ଥରେ ଅଙ୍କା ଯାଇଛି କରୋନା ସଚେତନତା ବାର୍ତ୍ତା ଏବଂ ପାହାଡ଼, ଝରଣା ଓ ପ୍ରାକୃତିକ ଦୃଶ୍ୟ। ଫଳରେ ରୋଜଗାରକ୍ଷମ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ଏହାଦ୍ୱାରା ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ସୁବିଧା ହୋଇଥିବା କହିଛନ୍ତି ମହିଳାମାନେ।

You might also like