ଟଙ୍କା ବାଣ୍ଟୁଥିବାବେଳେ ମହିଳାଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ
ବାଲେଶ୍ୱର: ବାଲେଶ୍ୱରରେ ଆଜି ଭୋଟ୍ ଚାଲିଥିବା ବେଳେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି। ଜଣେ ମହିଳାଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ମହିଳା ଜଣକ ୧ ନଂ ଓ୍ୱାର୍ଡ ଆଦିବାସୀ ସାହିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରାଯାଇଛି।
ଆହୁରି ପଢ଼ନ୍ତୁ
କିଛି ସମର୍ଥକଙ୍କ ସହ ଆସି ଜଣେ ମହିଳା ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକେ ମହିଳାଙ୍କୁ ଧରି ସଦର ଥାନା ପୋଲିସ ଜିମା ଦେଇଥିଲେ।
ମହିଳା ଜଣକ ମୟୂରଭଞ୍ଜରୁ ଆସିଥିବା ସୂଚନା ମିଳିଛି।