ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର

କଟକ: କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀରେ ମାଆ ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ଏକ ଘର ଭିତରୁ ଉଦ୍ଧାର କରାଯାଇଛି ଉଭୟଙ୍କ ମୃତଦେହ। ମାଆର ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ଘର ଭିତରେ ପଡ଼ି ରହିଛି ୭ ମାସର ଝିଅର କ୍ଷତାକ୍ତ ମୃତଦେହ। ତେବେ ହତ୍ୟା ନା ଆତ୍ମହତ୍ୟା, କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ବିଡ଼ାନାସୀ ପୋଲିସ ଘଟଣାର ଛାନଭିନ୍ କରୁଛି। କିଛି ସମୟ ମଧ୍ୟରେ ସାଇଣ୍ଟିଫିକ୍ ଟିମ୍ ଆସି ପହଞ୍ଚିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୋଲିସ୍ ସନ୍ଦେହ କରୁଛି। ମୃତକ ଜଣକ ଜମେ ବ୍ୟାଙ୍କ୍ କର୍ମଚାରୀ ବୋଲି ସୂଚନା ମିଳିଛି।

You might also like