କଲେଜରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ
ନୟାଗଡ଼: କଲେଜରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ମହାବିଦ୍ୟାଳୟରୁ। ଅଭିଯୋଗ ଅନୁଯାୟୀ ଜଣେ ମହିଳା କର୍ମଚାରୀଙ୍କୁ ସେହି ମହାବିଦ୍ୟାଳୟର ଦୁଇ ଅଧ୍ୟାପକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏନେଇ ରଣପୁର ଥାନାରେ ଅଭିଯୋଗ ହୋଇଛି। ଅଧ୍ୟାପକ ହରେକୃଷ୍ଣ ମହାପାତ୍ର ଏବଂ ଚନ୍ଦ୍ରକାନ୍ତ ପାଇକରାୟଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା।
ଏ ସମ୍ପର୍କରେ ସେ ଆଗରୁ କଲେଜ ପ୍ରିନ୍ସିପାଲଙ୍କୁ ଅଭିଯୋଗ କରିଥିଲେ ବି କିଛି ଫଳ ନମିଳିବାରୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ କହିଛି। ତେବେ ଏନେଇ ସମ୍ପୃକ୍ତ ଅଧ୍ୟାପକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।