ଆସିଲାନି ଆମ୍ବୁଲାନ୍ସ; ଟ୍ରଲିରେ ନେବା ବେଳେ ପ୍ରସବ କଲେ ମହିଳା

ଭଦ୍ରକ: ପୁଣି ଜନନୀ ଯନ୍ତ୍ରଣା। ୧୦୮ କି ୧୦୨ କୌଣସି ଆମ୍ବୁଲାନ୍ସ ଆସିଲା ନାହିଁ। ଶେଷରେ ଟ୍ରଲିରେ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତା ମଝିରେ ପ୍ରସବ କଲେ ମହିଳା।

ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟ ସେରପୁର ଗାଁରେ। ଭାନୁ ମହାଳିକ ନାମକ ମହିଳାଙ୍କୁ ଆଜି ସକାଳେ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ୍ କରିଥିଲେ। କିନ୍ତୁ ବହୁ ସମୟ ଯାଏ କୌଣସି ଆମ୍ବୁଲାନ୍ସ ଆସିନଥିଲା। ଅଟୋ ମଧ୍ୟ ମିଳିନଥିଲା। ଶେଷରେ ବାଧ୍ୟ ହୋଇ ଟ୍ରଲିରେ ଭାନୁଙ୍କୁ ଡାକ୍ତରଖାନାକୁ ନେବାକୁ ପରିବାର ଲୋକେ ବାହାରିଥିଲେ। ଘରଠୁ କିଛି ଦୂର ରାଉତପଡ଼ା ଛକ ନିକଟରେ ଭାନୁଙ୍କର ଏକ ପୁଅ ଜନ୍ମ ହୋଇଥିଲା। ଟ୍ରଲିରେ ହିଁ ମାଆ ପୁଅଙ୍କୁ ଚାନ୍ଦବାଲି ଡାକ୍ତରଖାନାକୁ ଅଣାଯାଇଥିଲା। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି।

You might also like