ପୁଣି ଖଟିଅାରେ ବୁହା ହେଲେ ପ୍ରସୂତୀ

ଉମରକୋଟ : ଉମରକୋଟରେ ପୁଣି ଖଟିଅାରେ ବୁହା ହେଲେ ପ୍ରସୂତୀ। ଗାଁକୁ ରାସ୍ତା ନ ଥିବାରୁ ୧୦୨ ଅାମ୍ବୁଲାନ୍ସ ଯାଇ ପାରିଲା ନାହିଁ । ଫଳରେ ୨ କି.ମି ଖଟିଅାରେ ଅାଣିବା ବେଳେ ବାଟରେ ପ୍ରସବ କଲେ ପ୍ରସୂତି। ଗତକାଲି ସନ୍ଧ୍ୟାରେ ଝରିଗାଁ ବ୍ଲକ୍ ଫୁପୁଗାଁ ପଞ୍ଚାୟତ ତରାଯୋଡ଼ି ଗାଁର ମନସାଏ ସାନ୍ତାଙ୍କ ସ୍ତ୍ରୀ କୌଶଲ୍ୟାଙ୍କ ପ୍ରସବ ବେଦନା ହୋଇଥିଲା ।

ବର୍ଷା ସାଙ୍ଗକୁ କାଦୁଅ ରାସ୍ତା ଲାଗି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପାରିନଥିଲେ । ଖରାପ ରାସ୍ତା ଲାଗି ୧୦୨ ଅାମ୍ବୁଲାନସ ଗାଁକୁ ଅାସିନପାରି ସିରସିଅାଗୁଡା ଛକରେ ଅଟକି ରହିିଥିଲା । ଫଳରେ ନିରୁପାୟ ହୋଇ ବର୍ଷାରେ ଭିଜି ଅାଶା କର୍ମୀଙ୍କ ସହ ପରିବାର ଲୋକ ଏକ ଖଟିଅାରେ ବୋହି ୨ କିଲୋମିଟର କାଦୁଅରେ ଅାଣିଥିଲେ।

ଖଟିଅାରେ ଅାଣିବା ବେଳେ ରାସ୍ତାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ । ସେଠାରୁ ଉଭୟ ମା ଓ ଶିଶୁକୁ ଅାମ୍ବୁଲାନସରେ ଇଚ୍ଛାପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଅାଯାଇଥିଲା । ବର୍ତ୍ତମାନ ମା ଓ ଶିଶୁଙ୍କ ଅବସ୍ଥା ଠିକ୍‌ ରହିଛି।

ଏହାସହ ମଧ୍ୟ ପଢନ୍ତୁ – ରାଜ୍ୟରେ ଚାଲିଛି ଏବେ ଖଟିଅା ଅାମ୍ବୁଲାନ୍ସ

You might also like